ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଇସ୍କନ: ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

add-all

ଭୁବନେଶ୍ୱର: ପୁଣି ଅମାନିଆ ଇସ୍କନ। ମହାପ୍ରଭୁଙ୍କ ପ୍ରତି ମହା ଅପମାନ। ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଆମେରିକା ଇସ୍କନ ହ୍ୟୁଷ୍ଟନ। କାର ଡାଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ରଖି କଲା ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଏବଂ ପ୍ରତିବାଦକୁ ନମାନି ଗତ ଶନିବାର ଏହି ଦୁଇ ସ୍ଥାନରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଥିଲା। କେବେ ଓ କେମିତି ଲାଗିବ ରୋକ ସେନେଇ ବଢୁଛି ଜଗ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା ନେଇ ଇସ୍କନର ଅଜବ ସଫେଇ ରଖିଥିଲା। ଏପଟେ ଉତ୍ତର ପ୍ରଦେଶ ହାପୁର ଜିଲ୍ଲାରେ ଶ୍ରୀଜଗନ୍ନାଥ ରଥଯାତ୍ରା ସେବା ସମିତି ପକ୍ଷରୁ ଜୁନ୍ ୧୪ରେ ଅଦିନିଆ ରଥଯାତ୍ରା ପାଳନ ନେଇ ଚାଲିଛି ବ୍ୟବସ୍ଥା। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଭାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ଏଭଳି ଅଦିନିଆ ତିଥିରେ ରଥଯାତ୍ରା ପାଳନରୁ ନିବୃତ୍ତ ରହିବା ଲାଗି ଅପିଲ୍ କରିଛନ୍ତି। ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ରଥଯାତ୍ରା , ପାରମ୍ପରିକ ତଥା ଶାସ୍ତ୍ରାନୁମୋଦିତ ବିଧି ଅନୁସାରେ ଜୁଲାଇ ୧୪ ଓ ୧୬ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନ ଭିନ୍ନ ଅନ୍ୟ କୌଣସି ଦିନ ନେତ୍ରୋତ୍ସବ ଓ ରଥଯାତ୍ରା ପାଳନ କଲେ ଦେଶ ବିଦେଶର ଅଗଣିତ ଭକ୍ତ ମାନଙ୍କର ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରିବ ବୋଲି ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ad-week
Leave A Reply

Your email address will not be published.