ଚୋରା ସୁନା କ୍ରୟ କରି ସାମ୍ରାଜ୍ୟ ବିସ୍ତାର କରିଥିବା ମନ୍ତ୍ରୀ ଏବେ ଚର୍ଚ୍ଚା ରେ…..!

add-all

ଆସିକାର ଜଣେ ସରକାରୀ ଅଧିକାରୀ ଙ୍କୁ ମିଥ୍ୟା ଅଭିଯୋଗ ବାଢି ନିଲମ୍ବିତ କରିଥିବା ବ୍ୟକ୍ତିଙ୍କ ନିଦ ଏବେ ହଜିଯାଇଛି….!
ବ୍ରହ୍ମପୁର: ପୂର୍ବରୁ ପେଶା ଥିଲା ପେଇନଣ୍ଟର ବା ଆର୍ଟିଷ୍ଟ ତାପରେ ଛୋଟ ସୁନା ଦୋକାନ କରିଥିଲେ ଆସିକା ବଜାର ସାହିରେ ଏହି ବାବୁ । ପରବର୍ତ୍ତୀ ଅବସ୍ଥାରେ ବେକାରୀ ଯୁବକ ମାନଙ୍କ ଦ୍ୱାରା ଚୋରା ସୁନା ଚୋର ମାନଙ୍କ ଠାରୁ ଶାଗ ମାଛ ଦରରେ କ୍ରୟ କରି ଆଜି ମନ୍ତ୍ରୀ ଆଖ୍ୟା ପାଇ ଆଗ ଧାଡ଼ିର ବିଶିଷ୍ଟ ସୁନା ବ୍ୟବସାୟୀ। କାଲିର ଆର୍ଟିଷ୍ଟ ଆଜି ବିଶିଷ୍ଟ ସୁନା ବ୍ୟବସାୟୀ ହୋଇଛନ୍ତି। ମନ୍ତ୍ରୀଙ୍କ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ଅମାପ ସମ୍ପତ୍ତିର ହିସାବ ଇଡ଼ି ଓ ଆଇଟି କରିବ କେବେ ବୋଲି ସାଧାରଣ ରେ ଆଲୋଚନା ହେଉଛି। ନିଜକୁ ମନ୍ତ୍ରୀ ବୋଲି ଦାବୀ କରୁଥିବା ସୁନା ଅଳଙ୍କାର ବ୍ୟବସାୟୀ ମୁଠା ମୁଠା ଟଙ୍କା ରେ ପୋଲିସ କର୍ମଚାରୀ ମାନଙ୍କୁ ଧରାଶାୟୀ କରିବାରେ ସିଦ୍ଧ ହସ୍ତ ଏହି ବାବୁ ଯାହାକି ଏବେ ପ୍ରମାଣିତ । ପୂର୍ବରୁ ମନ୍ତ୍ରୀ ବାବୁ ଚୋରା ସୁନା କ୍ରୟ କରି ଗିରଫ ହେବାର ମଧ୍ୟ ନଜିର ରହିଛି। ଚୋରୀ ମାମଲା ରେ ଫସିବା ପରେ ଅର୍ଥର ବଳରେ ସବୁ କେଶ ରଫା ଦଫା କରିବାରେ ମାହିର ମନ୍ତ୍ରୀ ବାବୁ। ଦେଖାଯାଉ ଇଡ଼ି ଓ ଆଇଟି ବିଭାଗ ପକ୍ଷରୁ ଆର୍ଟିଷ୍ଟ ବାବୁଙ୍କ ଉପରେ କେବେ ନଜର ପଡୁଛି ଦେଖିବାକୁ ବାକି ରହିଲା। ମିଥ୍ୟା ଜାଲ ବିଛାଇ ପ୍ରଶାସନ କୁ ଭୟ ଦେଖାଇବା ବାବୁଙ୍କ କାମ ବୋଲି ଅଭିଯୋଗ ଵି ଆସୁଛି କିନ୍ତୁ ବର୍ତ୍ତମାନ ଖେଳ ବିଗିଡ଼ିବାକୁ ବସିଲାଣି l ଜଣେ ପୋଲିସ ବାବୁଙ୍କୁ ମିଥ୍ୟା ଆରୋପ ଲଗାଇ ବଦନାମ କରିଥିବା ଏହି ବାବୁଙ୍କ ପଛରେ ବର୍ତ୍ତମାନ ଇଡି.. ଭିଜିଲାନ୍ସ ଏବଂ ଆଇ. ଟି ବୋଲି ସୂଚନା ମିଳିଲାଣି l ପୋଲିସ ବାବୁଙ୍କ ସସ୍ପେଣ୍ଡ ପରେ ନିଜକୁ ବାହା ବାହା ନେବାକୁ ମିଡ଼ିଆ ଆଗରେ ବିଳି ବିଳାଇ ମନ୍ତବ୍ୟ ଏବେ ତାଙ୍କୁ ଭରି ପଡି ପାରେ ବୋଲି ଚର୍ଚ୍ଚା ହେଉଛି ଯେମିତି ଆସିକା ଅଞ୍ଚଳ ରେ ଥିବା ସୁନା ବେପାରୀ ଦସ୍ୟୁ ରତ୍ନାକର ବାଲ୍ମୀକି ପାଲୋଟି ଯାଇଛନ୍ତି ଏହି ମନ୍ତ୍ରୀ ବାବୁଙ୍କ ପାଇଁ ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା l ଦେଖା ଯାଉ ଆଗାମୀ ସମୟ କଣ କହୁଛି ତାହା ଦେଖିବାକୁ ବାକି ରହିଲା….

ad-week
Leave A Reply

Your email address will not be published.