

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ଆସିକା ବିଧାୟକ ସରୋଜ ପାଢ଼ୀ ନିଜ କ୍ଷମତାର ଅପବ୍ୟବହାର କରି କଇଁ ଫୁଲିଆ ଛକର ନାମ ପରିବର୍ତ୍ତନ କରିଥିବା ଯୋଗୁଁ ଆସିକା ଥାନାରେ ଅଭିଯୋଗ ହୋଇଛି। ବ୍ରିଟିଶ ଅମଳରୁ ଆସିକା କଇଁ ଫୁଲିଆ ଛକ ନାମରେ ରହିଆସିଛି।ସବୁବେଳେ ଚର୍ଚ୍ଚାରେ ରହୁଥିବା ଆସିକା ବିଧାୟକ ନିଜ ନାମରେ ସରୋଜ ପାଢ଼ୀ ଛକ ବୋଲି ଏକ ବୋର୍ଡ଼ କଇଁ ଫୁଲିଆ ଛକରେ ପୋତିବା ପରେ ଆସିକା ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୌର ପରିଷଦ ପକ୍ଷରୁ ବିଧାୟକ ଙ୍କୁ ଖୁସି କରିବା ପାଇଁ ବୋଧେ ଏପରି ଉଦ୍ୟମ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଆସିକା ବିଜୁ ଜନତା ଦଳ ଓ ବହୁ ବ୍ୟକ୍ତି ବିଶେଷଙ୍କ ଏକ ଦସ୍ତଖତ ସମ୍ଭଳିତ ଅଭିଯୋଗ ପତ୍ର ବା ଏତଲା ଆସିକା ଥାନାରେ ଦିଆଯାଇଛି। ନିସର୍ତ୍ତ ରେ ଗତ ସୋମବାର ଦିନ ଆଇନର ଆଶ୍ରୟ ନିଆଯିବ ବୋଲି ଖବର ପ୍ରକାଶ ହୋଇଥିଲା। କଇଁ ଫୁଲିଆ ଛକର ନାମ ପରିବର୍ତ୍ତନ ଯୋଗୁଁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। କ୍ଷମତା ର ଅପବ୍ୟବହାର ପାଇଁ ଆଜି ବିଧାୟକ ନିନ୍ଦିତ ହୋଇଥିବା ଚାରିଆଡେ ଚର୍ଚ୍ଚା ହେଉଛି।

