ହିଞ୍ଜିଳି ଠାରେ ବିଜେପି ପ୍ରଶିକ୍ଷଣ ଶିବିରରେ ଆସିକା ବିଧାୟକ ହଟହଟା……!

add-all


ହିଞ୍ଜିଳିକାଟୁ / ବ୍ରହ୍ମପୁର : ଗତ ଶୁକ୍ରବାର ଦିନ ହିଞ୍ଜିଳି ଠାରେ ଥିବା ରୟାଲ ପେଲେସ ଠାରେ ବିଜେପିର ପ୍ରଶିକ୍ଷଣ ଶିବିରର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେଜେପି ଦଳୀୟ କର୍ମୀ ଓ ନେତା ମାନେ ଯୋଗ ଦେଇଥିଲେ। ଖାଇବା ଖାଦ୍ୟକୁ ନେଇ ଆସିକା ବିଧାୟକ କୁଆଡେ ପ୍ରତିବାଦ କରିବା ଫଳରେ ସେଠାରେ ଉପସ୍ଥିତ ଥିବା ଦଳୀୟ କର୍ମୀ ମାନେ ବିଧାୟକଙ୍କ ସହ ଯୁକ୍ତି ତର୍କ କରିବା ସହ ପେଲା ଠେଲା କରିଥିବା ଚର୍ଚ୍ଚା ଏବେ ଜୋର ଧରିଛି। ପ୍ରକାଶ ଥାଉକି ଆସିକା ବିଧାୟକ ସବୁବେଳେ ଚର୍ଚ୍ଚା ରେ ରହିବା ପାଇଁ ବିଭିନ୍ନ ପ୍ରକାର ବିବୃତି ଦେଇ ନିନ୍ଦା ହେବା ଘଟଣା ସବୁ ସମୟରେ ଦେଖିବାକୁ ମିଳୁଛି। ଖାଦ୍ୟ ଖାଇବା ବେଳେ ହମବଡା ନିତୀ ଦେଖାଇ ହଟହଟା ର ସମ୍ମୁଖୀନ ହୋଇଥିବା ଜଣା ପଡିଛି। ବ୍ରହ୍ମପୁର ଠାକୁରାଣୀ ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ରୋଷର ଶିକାର ହୋଇଥିବା ଘଟଣା ହାଟରେ ପଡ଼ି ଦାଣ୍ଡରେ ଗାଡ଼ିଥିବାର ନଜିର ରହିଛି। କାଢ଼ୁଆ ଭାଇନା ସବୁବେଳେ ବାଲୁ ବାଲୁ ହୋଇ ହଟହଟା ହେଉଥିବା ଲୋକେ କହୁଛନ୍ତି।

ad-week
Leave A Reply

Your email address will not be published.