
ବ୍ରହ୍ମପୁର:ପୂର୍ବ ସରକାର ସମୟରେ ଇ-ଟେଣ୍ଡର କରିବା ବାଧ୍ୟତା ମୂଳକ ଥିବା ବେଳେ ସେଥିରେ ପରିବର୍ତନ କରାଯାଇ ଶାସକ ଦଳର କର୍ମୀ ମାନଙ୍କୁ କାମ ଦେଇ ସରକାରୀ ଅର୍ଥ ଲୁଟ ହେଉଥିବା ଆଲୋଚନା ହେଉଛି। କୌଣସି ସ୍ଥାନରେ ବାଲି କିମ୍ବା ଗୁଡ଼ି ଟିକେ ପଡ଼ିନାହିଁ କିନ୍ତୁ କାମ ହେଉଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଆସିକା ପୂର୍ତ୍ତ ବିଭାଗ ଅଧୀନରେ ଇ ଟେଣ୍ଡର ନକରି ସବ୍ ଡିଭିଜନ ମାଧ୍ୟମରେ ନେତାଙ୍କ ଇସାରାରେ ଦଳୀୟ କର୍ମୀଙ୍କ ପାଇଁ ଥୋପ ସରକାରୀ ଅର୍ଥ ସ୍ୱାହା ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି। ଆସିକା ପୂର୍ତ୍ତ ବିଭାଗ ରେ କୋଟି କୋଟି ଟଙ୍କାର ଅର୍ଥ ଆତ୍ମସାତ ହୋଇଥିବା ଚର୍ଚ୍ଚା ହେଉଛି। F2 କାମ ସବୁ ବିନା ଟେଣ୍ଡର ରେ ନିର୍ବାଚିତ ପ୍ରତନିଧିଙ୍କ ନିର୍ଦ୍ଧେଶ ରେ ଦଳୀୟ କର୍ମୀ ମାନଙ୍କୁ କାର୍ଯ୍ୟାଦେଶ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଫଣ୍ଡ ଆଦାୟ ହେଉଥିବା ଆଲୋଚନା ହେଉଛି।ଏଭଳି ଦୁର୍ନୀତି ର ଖୁଲାସା ଆସିକା ବିଜେଡ଼ି କରିବ ବୋଲି ଜଣା ପଡିଛି। ଭିଜିଲାନ୍ସ ଦ୍ୱାରା ତଦନ୍ତ ହେଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବ ବୋଲି ସାଧାରଣ ରେ ଦାବୀ ହେଉଛି। କାରଣ ଆସିକା ପୂର୍ତ୍ତ ବିଭାଗ ଦୁର୍ନୀତି ର ଗନ୍ତାଘର ପାଲଟିଛି କହିଲେ କିଛିବି ଭୁଲ ହେବ ନାହିଁ ସରକାରୀ ଟଙ୍କା ହେଉଛି ବାଟ ମାରଣା ଅନେକ ଅଭିଯୋଗ ହେଉଥିଲେ ଵି ଗଞ୍ଜାମ ଭିଜିଲାନ୍ସ ବିଭାଗ କୋମା ରେ l ବାବୁ ମାନେ ଜଣେ ଜଣେ କୁବେର ତେଣୁ ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକ ବହୁ କୁବେର ବାବୁ ଙ୍କ ଭଦ୍ର ମୁଖା ଖୋଲିଯିବ ବୋଲି ଦାବୀ ହେଉଛି l
