
ନୟାଗଡ଼ :ପ୍ରଚଣ୍ଡ ଗ୍ରୀଷ୍ମର ଘାତକ ଅଗ୍ନିବର୍ଷା ସମୟରେ ଯେତେବେଳେ ଜନ ସାଧାରଣ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେତିକିବେଳେ ଭାରପ୍ରାପ୍ତ ଟାଟା ପାୱାର ଯେଭଳି ଖାମଖିଆଲି ମନୋଭାବ ଢଙ୍ଗରେ ବିଜୁଳି ଶକ୍ତି ପରିଚାଳନା କରି ବିଦୂତ କାଟ କରି ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଘୋର ସଙ୍କଟ ଭିତରକୁ ଠେଲି ଦେଉଛି , ଯାହାଦ୍ୱାରା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏତତଃ ବ୍ୟତୀତ ସ୍ମାର୍ଟ ମିଟର ବସାଇ ଅଘୋଷିତ ଭାବରେ ଲାଇନ କାଟି ଦେଉଛି, ଏହା ସହିତ ଟାଟା ପାୱାର ଯେତେବେଳେ ବିଦ୍ୟୁତ୍ ଶୁଳ୍କ ଆଦାୟରେ ଏକ ଘଣ୍ଟା ବି ବିଳମ୍ବ କରୁନାହିଁ, ସେତିକି ବେଳେ ମରାମତି ଆଳରେ ଘଣ୍ଟା ଘଣ୍ଟା, ଦିନ ଦିନ ଧରି ବିଜୁଳି କାଟିବା, ଉପଭୋକ୍ତାଙ୍କୁ ଅନ୍ଧାରରେ ରଖିବା, ଲୋ- ଭୋଲଟେଜ ସମସ୍ୟା ସୃଷ୍ଟିକରି ଲକ୍ଷ ଲକ୍ଷ ଟଙ୍କାର ମୋଟର, କମ୍ପୁଟରକୁ ପୋଡି ଅଚଳ କରିଦେବା , ରୋଗୀ, ଵୃଦ୍ଧ, ଶିଶୁଙ୍କୁ ଗରମରେ ସଢ଼ାଇ ମାରିବା, ସ୍ୱାସ୍ଥ୍ୟକେନ୍ଦ୍ର ଓ ପାନୀୟ ଜଳ ଯୋଗାଣରେ ଅଚଳାବସ୍ଥା ସୃଷ୍ଚି ହେବା, ଅଫିସ ଦପ୍ତରର କମ୍ପ୍ୟୁଟରକୁ ନିକମା କରି ଲୋକଙ୍କ କାମରେ ବ୍ୟାଘାତ ସୃଷ୍ଟି କରିବା ନେଇ ନୟାଗଡ ବିଧାୟକ ଅରୁଣ ସାହୁଙ୍କ ଏକ ପ୍ରେସମିଟ କରି ସୂଚନା ଦେବା ସହିତ ଆସନ୍ତା 25 ତାରିଖରେ ବିଜୁ ଜନତା ଦଳର କର୍ମୀଙ୍କ ସମେତ ସାଧାରଣ ଜନତା ନୟାଗଡ଼ର ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି।
