ଅନ୍ଧବିଶ୍ୱାସ ଓ କୁସଂସ୍କାର ସମ୍ପର୍କିତ ସଚେତନତା…

add-all


ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟାପିକା ଡ. ସଂଯୁକ୍ତା ଦାସଙ୍କ ନେତୃତ୍ୱରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗ୍ରାମକୁ ବୁଲି ଅନ୍ଧବିଶ୍ୱାସ ଓ କୁସଂସ୍କାର ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।ଅନ୍ଧବିଶ୍ୱାସ ଓ କୁସଂସ୍କାର ମାନବ ଜୀବନ ପାଇଁ ଯେପରି କ୍ଷତିକାରକ ସେହିପରି ମାନବ ସଭ୍ୟତାର ବିକାଶ ଧାରାରେ ଏହା ପ୍ରତିବନ୍ଧକ ସୃଷ୍ଟି କରିଥାଏ ।ଆମ ଭାରତୀୟ ସମାଜ ଓ ଜନଜୀବନ ତଥା ଆମ ଚିନ୍ତାଧାରାରେ ପ୍ରାଚୀନ କାଳରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ପ୍ରଚଳିତ ହୋଇ ଆସୁଛି ।
ଶିକ୍ଷାର ବିକାଶ, ସଚେତନତା କାର୍ଯ୍ୟକ୍ରମ, ଗଣମାଧ୍ୟମ ଦ୍ଵାରା ପ୍ରଚାର ପ୍ରସାର, ଆଧୁନିକ ଶିକ୍ଷା ପ୍ରାପ୍ତ ଯୁବ ସମ୍ପ୍ରଦାୟଙ୍କ ଚେଷ୍ଟା ଫଳରେ ଆମ ସମାଜରୁ ବହୁ ପରିମାଣରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଅପସରି ଗଲାଣି। ସତୀଦାହ ପ୍ରଥା, ବାଲ୍ୟ ବିବାହ, ବଳି ପ୍ରଥା, ଝଡ଼ା ଫୁଙ୍କା, ଚେଙ୍କ ଦେବା ପ୍ରଥା ଗୁଡ଼ିକ ସଫଳତାର ସହିତ ଦୂରୀଭୂତ କରାଯାଇଛି ।ଟିଭି, ରେଡ଼ିଓ, ଖବରକାଗଜ ଭଳି ବିଭିନ୍ନ ଗଣ ମାଧ୍ୟମ ଗୁଡ଼ିକ ଏ ଦିଗରେ ବିଶେଷ ଭୂମିକା ଗ୍ରହଣ କରୁଛନ୍ତି ।ସରକାରୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଦ୍ବାରା ବିଭିନ୍ନ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିଷୟରେ ସଚେତନ କରାଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନତା ଉଦ୍ୟମର ଆବଶ୍ୟକତା ରହିଛି ।

ad-week
Leave A Reply

Your email address will not be published.