ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ “ସ୍ୱତନ୍ତ୍ର ସଘନ ସଂଶୋଧନ” ତାଲିମ

add-all

ଛତ୍ରପୁର ତା: ୨୬/୦୫/୨୬ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା ବ୍ରହ୍ମପୁର ମହାନଗର ନିଗମ, ବୁଗୁଡ଼ା, ଜଗନ୍ନାଥ ପ୍ରସାଦ, ସାନଖେମୁଣ୍ଡି, ବେଲଗୁଣ୍ଠା ବ୍ଲକ , କୋଦଳା ଏନଏସିରେ ବୁଥସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କୁ ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ ଦିଆଯାଇଛି ।

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, Enumeration Form (EF) ବଣ୍ଟନ ଏବଂ ସଂଗ୍ରହ, ଘରକୁ ଘର ଯାଇ ଭୋଟର ତାଲିକାର ଯାଞ୍ଚ ଏବଂ ତ୍ରୁଟି ସଂଶୋଧନ ସଂଶୋଧନ, ନୂଆ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ପାଇଁ ଦାବି/ଆପତ୍ତି ପ୍ରକ୍ରିୟା, ସ୍ୱତନ୍ତ୍ର ମ୍ୟାପିଂ ଏବଂ ଡାଟା ଏଣ୍ଟ୍ରି ସମ୍ବନ୍ଧୀୟ ପ୍ରଶିକ୍ଷଣ, ୧୯୫୦ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବରର ବ୍ୟବହାର ଆଦି ବିଭିନ୍ନ ବିଷୟରେ ଉପଜିଲ୍ଲାପାଳ, ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବୁଥସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କୁ ତାଲିମ ଦେଇଥିଲେ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଘରକୁ ଘର ଯାଇ ଏସଆଇଆର ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବୁଥସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ୨୦ ମେ ରୁ ୨୯ ମେ ୨୦୨୬ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ। ୩୦ ମେ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। ଏହା ସହିତ ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ କରାଯିବ। ଖସଡା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବାକୁ ଥିବାବେଳେ, ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାବି ଓ ଆପତ୍ତିର ନିଷ୍ପତ୍ତି ୦୨ ସେପ୍ଟେମ୍ବର ସୁଦ୍ଧା କରାଯିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ।

ad-week
Leave A Reply

Your email address will not be published.