ଓପିଏସି ପରୀକ୍ଷାରେ ୧୫୯ ରାଙ୍କରେ ସଫଳତା ପାଇଲେ ଶ୍ୱେତା ସୁଚରିତା

add-all

ନୟାଗଡ଼,୨୮/୦୫ (ନିସର୍ତ୍ତ) : ମଙ୍ଗଳବାର ଦିନ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୧୫୯ ନମ୍ୱର ରାଙ୍କରେ ସଫଳତା ହାସଲ କରିଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସୂର୍କାବାଡି ଗ୍ରାମର ପ୍ରମୋଦ କୁମାର ସେଠୀ ଓ ଜାନକୀ ସେଠୀଙ୍କ ସୁକନ୍ୟା ଶ୍ୱେତା ସୁଚରିତା ।  ଶ୍ୱେତା ନିଜର ତୃତୀୟ ପ୍ରଚେଷ୍ଟାରେ ସଫଳତା ହାସଲ କରି ନିଜ ପରିବାର ଏବଂ ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଶ୍ୱେତା ସୂର୍କାବାଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ ଭାବେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିଲେ। ନୟାଗଡ କଲେଜରେ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ଏବଂ ରାସାୟନିକ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ସେ ଇଗ୍ନୌ ରେ ଲୋକ ପ୍ରଶାସନରେ ପି.ଏଚ୍.ଡି କରିଥିଲେ।

ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରଖି ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ଘରେ ରହି ଦୈନିକ ୧୦ /୧୨ ଘଣ୍ଟା କଠିନ ପରିଶ୍ରମ କରି ଏହି ସଫଳତା ପାଇଥିବା କଥା ପ୍ରକାଶ କରିଛନ୍ତି । ଶ୍ୱେତା ନିଜର ଏହି ସଫଳତା ପଛରେ ବାପା ଏବଂ ମାଆଙ୍କ ସମେତ ଗୁରୁଜନ ମାନଙ୍କ ଆଶୀର୍ବାଦ ରହିଛି ବୋଲି କହିଛନ୍ତି। ଶ୍ୱେତାଙ୍କ ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି।

ad-week
Leave A Reply

Your email address will not be published.