ତକିଆରେ ଶ୍ବାସରୁଦ୍ଧ କରି ବୃଦ୍ଧା ମାଆଙ୍କୁ ହତ୍ୟା ଅଭିଯୋଗରେ ପାଳିତ ପୁଅ, ବୋହୂଙ୍କୁ କୋର୍ଟ ଚାଲାଣ

add-all

ନୟାଗଡ଼, ୨୮/୦୫(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ମଝିଆଁଖଣ୍ଡ ପଞ୍ଚାୟତ ମଧୁପୁର ଗ୍ରାମର ହାଡ଼ି ଦେଈ (୮୬) ବର୍ଷ ଙ୍କର ପୁଅ, ଝିଅ ନଥିବାରୁ ୧୮ ବର୍ଷ ତଳେ ବଡ଼ ଭଉଣୀର ପୁଅକୁ ପୋଷ୍ୟପୁତ୍ର କରି ଆଣିଥିଲେ। କିନ୍ତୁ ସେହି ପାଳିତ ପୁଅ ତକିଆରେ ଶ୍ଵାସରୁଦ୍ଧ କରି ତଣ୍ଟି ଚିପି ବୃଦ୍ଧାଙ୍କ ଶେଷରେ ଜୀବନ ନେଇ ଗଲା । ପଡ଼ୋଶୀଙ୍କ ଅଭିଯୋଗ ଅନୁସାରେ
‘ହେ ଗାଁ ଭାଇମାନେ କିଏ କୁଆଡ଼େ ଅଛ ମତେ ବଞ୍ଚାଅ, ମତେ ଏମାନେ ମାରିଦେଲେ’। ଭୋର୍ ପ୍ରାୟ ୪ଟା ୩୦ରେ ବୃଦ୍ଧା ଜଣଙ୍କ ଜୋରରେ ଚିତ୍କାର କରୁଥିଲେ । ସେହି ବାଟ ଦେଇ ଗାଧୋଇବାକୁ ଯାଉଥିବା କିଛି ମହିଳା କବାଟ ବାଡ଼େଇଥିଲେ।
ପ୍ରାୟ ୧୫ ମିନିଟ୍ ପରେ କବାଟ ଖୋଲିବାବେଳକୁ ବୃଦ୍ଧାଙ୍କ ପାଟିରୁ ରକ୍ତ ବାହାରିଥିବା ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିବା ଦେଖାଯାଇଥିଲା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଥିଲେ । ପୁଅ ନୃସିଂହଚରଣ ବେହେରା ଓ ବୋହୂ ରଶ୍ମିତା ବେହେରା ବୃଦ୍ଧାଙ୍କୁ ତକିଆରେ ଶ୍ଵାସରୁଦ୍ଧ କରି ହତ୍ୟା କରିଥିବା ସ୍ଵୀକାର କରିଥିଲେ।ତେବେ ପୋଲିସ ହାଡ଼ି ଦେଈଙ୍କୁ ହତ୍ୟା ଅଭିଯୋଗରେ ପାଳିତ ପୁଅ ଓ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ନେଇ ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.