ମାଲକାନଗିରିରେ ‘ଏସ୍ ଆଇ ଆର୍’ ସ୍ୱତନ୍ତ୍ର ସଂଶୋଧନ ଅଭିଯାନ : ଜିଲ୍ଲାପାଳଙ୍କ ସହଯୋଗ ଆହ୍ୱାନ

add-all

ମାଲକାନଗିରି, : ମାଲକାନଗିରି ଜିଲ୍ଲାରେ ଆସନ୍ତା ମେ ୩୦ ତାରିଖରୁ ଜୁନ୍ ୨୮ ପର୍ଯ୍ୟନ୍ତ ‘ଏସ୍ ଆଇ ଆର୍’ ବା ସ୍ପେଶାଲ୍ ସମ୍ମେରୀ ରିଭିଜନ୍ କାର୍ଯ୍ୟକ୍ରମ ଚାଲିବାକୁ ଯାଉଛି । ଏନେଇ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତ ଜିଲ୍ଲାବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ଏହି ଅଭିଯାନ ସମୟରେ ବିଏଲଓ ବା ବୁଥ୍ ଲେଭେଲ୍ ଅଫିସର୍ମାନେ ଘରକୁ ଘର ବୁଲି ଭୋଟର ତାଲିକା ସଂଶୋଧନ ପାଇଁ ତଥ୍ୟ ସଂଗ୍ରହ କରିବେ । ଏହି ସମୟରେ ସମସ୍ତ ଜନସାଧାରଣ ବିଏଲଓମାନଙ୍କୁ ସଠିକ୍ ଓ ସତ୍ୟ ତଥ୍ୟ ପ୍ରଦାନ କରି ଅଭିଯାନକୁ ସଫଳ କରିବାକୁ ସେ ଆହ୍ୱାନ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଜନସାଧାରଣଙ୍କର ସଠିକ୍ ସୂଚନା ଦ୍ୱାରା ଜିଲ୍ଲାର ଏକ ତ୍ରୁଟିଶୂନ୍ୟ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତିରେ ବହୁତ ସହାୟତା ମିଳିବ । ତେଣୁ ସମସ୍ତେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଏହି ସ୍ୱତନ୍ତ୍ର ସଂଶୋଧନ ଅଭିଯାନରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.