ଆସିକା ବ୍ଲକ ରେ ଦୁଇ ମାସ ହେଲା ବହୁ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ…

ପ୍ରଶାସନ ଦୃଷ୍ଟି ଦେବେକି….

add-all


ବ୍ରହ୍ମପୁର: ଆସିକା ବ୍ଲକର ଅଧିକାଂଶ ପଞ୍ଚାୟତର ବୁଢ଼ା ବୁଢ଼ୀ ମାନେ ଦୁଇ ମାସ ହେଲା ଭତ୍ତା ନପାଇ ହଟହଟା ହେଉଥିବା ଦେଖିବାକୁ ମିଳିଛି। ନୂତନ ସରକାର ହେବାର ଦୁଇ ବର୍ଷ ହେବାକୁ ଥିବା ବେଳେ ବୃଦ୍ଧ ବୃଦ୍ଧା ମାନଙ୍କ ବର୍ଦ୍ଧିତ ଭତ୍ତା ଏବେ ସୁଦ୍ଧା ମିଳିନାହିଁ। ଗତ ସରକାର ସମୟରେ ବୃଦ୍ଧ ବୃଦ୍ଧା ମାନଙ୍କୁ ନିଜସ୍ୱ ଗୃହ କୁ କର୍ମଚାରୀ ମାନେ ଯାଇ ଭତ୍ତା ଦେଉଥିଲେ। ପଞ୍ଚାୟତରେ ବି ଭତ୍ତା ମିଳୁଥିଲା। ଗତ କିଛି ମାସ ହେଲା ବୃଦ୍ଧ ବୃଦ୍ଧା ମାନଙ୍କ ଭତ୍ତା ରାଶି ମିଳିବା ପାଇଁ ବ୍ୟାଙ୍କରେ ବ୍ୟବସ୍ଥା କରାଯାଇଥିବା ବେଳେ ଭତ୍ତା ରାଶି ଆସିଲା କି ବୋଲି ବ୍ୟାଙ୍କ କୁ ଯାଇ ପଚାରି ବୁଝି ହିତାଧିକାରୀ ମାନେ ନୟାନ୍ତ ହେଉଥିବା ଲକ୍ଷ କରାଯାଇଛି। ଅଧିକାଂଶ କରି ଭିନ୍ନକ୍ଷମ ହିତାଧିକାରୀ ଭତ୍ତା ଟଙ୍କା ନମିଳିବା ଯୋଗୁଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। କିଛି ଶଯ୍ୟାଶାୟୀ ହୋଇଥିବା ବୃଦ୍ଧ ବୃଦ୍ଧା ମାନଙ୍କୁ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କଙ୍କୁ ଆସିବାକୁ ବାଧ୍ୟ କରୁଛନ୍ତି। ଭତ୍ତା ଟଙ୍କା ମିଳିବାରେ ବିଳମ୍ବ ହେଉଥିବା ଯୋଗୁଁ ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଏହାକୁ ନେଇ ପ୍ରଶାସନ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ଗହଣରେ ଦାବୀ ହେଉଛି l

ad-week
Leave A Reply

Your email address will not be published.