ଭତ୍ତା ନପାଇ ଭତ୍ତା ହିତାଧିକାରୀ ହନ୍ତସନ୍ତ : ପ୍ରଶାସନ ନୀରବ ଦ୍ରଷ୍ଟା…

add-all


ନୟାଗଡ:ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଭତ୍ତା ପାଉଥିବା ହିତାଧିକାରୀ ମାନେ ୨ମାସ ହେବ ଭତ୍ତା ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି ।ବାର୍ଦ୍ଧକ୍ୟ, ବିଧବା, ସ୍ବାମୀ ପାରିତ୍ୟକ୍ତା କିମ୍ବା ଭିନ୍ନକ୍ଷମ ହିତାଧିକାରୀଙ୍କୁ ପ୍ରତି ମାସରେ ନିୟମିତ ଭତ୍ତା ପ୍ରଦାନ କରାଯାଉଥିବାରୁ ସେମାନେ ଏହି ଟଙ୍କାରେ ନିଜର ଖର୍ଚ୍ଚ ତୁଲାଉଥିଲେ ।ମାତ୍ର ଗତ ଏପ୍ରିଲ ଏବଂ ମେ ମାସରେ (୨ମାସର) ଭତ୍ତା ମିଳି ନଥିବାରୁ ନିଜର ଖର୍ଚ୍ଚ ପାଇଁ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ସିଧାସଳଖ ଲାଭ ସ୍ଥାନାନ୍ତର(ଡିବିଟି) ପ୍ରକ୍ରିୟାରେ ସଂଶୋଧନ ଆଣିବା ନିମନ୍ତେ ମେ ମାସରେ ଏକାବେଳେ ୨ମାସର ଭତ୍ତା ମିଳିବ ବୋଲି ଗତ ୨୮.୦୪ ୨୦୨୬ ତାରିଖ ବିଜ୍ଞାପନ ମାଧ୍ୟମରେ ସୂଚନା ଦିଆଯାଇଥିଲା ।ବର୍ତ୍ତମାନ ମେ ମାସ ଶେଷ ହେବାକୁ ବସିଲାଣି ହେଲେ ଏବେ ପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳିନଥିବାରୁ ହିତାଧିକାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନ୍ୟ ପକ୍ଷରେ ବୃଦ୍ଧ, ବୃଦ୍ଧା ଅଥବା ପକ୍ଷାଘାତ ପୀଡ଼ିତ ଭିନ୍ନକ୍ଷମ ମାନଙ୍କ ଆଙ୍ଗୁଠି ଚିହ୍ନ ଆସୁନଥିବାରୁ ସେମାନଙ୍କୁ ବ୍ୟାଙ୍କରୁ ଭତ୍ତା ଟଙ୍କା ମିଳୁନାହିଁ ।ହିତାଧିକାରୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ଟଙ୍କା ବ୍ୟାଙ୍କରେ ପଡିରହୁଛି ଯାହାକି ସେମାନଙ୍କର କୌଣସି କାମରେ ଆସୁନାହିଁ ।ଏହି ସମସ୍ୟା ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେଇ ପଞ୍ଚାୟତ ମାଧ୍ୟମରେ ଭତ୍ତା ଦେବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.