କୋଇଲା ବୋଝେଇ ଟ୍ରେନରେ ନିଆଁ

add-all

କେସିଙ୍ଗା : ଶୁକ୍ରବାର ସନ୍ଧ୍ୟାରେ କେସିଙ୍ଗା ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏହି ମାଲଗାଡି ଟ୍ରେନଟି ରାୟଗଡ଼ାରୁ ଟିଟିଲାଗଡ଼ ଷ୍ଟେସନ ପଟକୁ ଯାଉଥିବା ବେଳେ ଟ୍ରେନର ପ୍ରଥମ କେତେକ ଡବାରେ ନିଆଁ ଲାଗି କୋଇଲା ଜଳୁଥିବା କେସିଙ୍ଗା ଷ୍ଟେସନ୍ ରେ ଦେଖିବାକୁ ମିଳିଥିଲା।

ଟ୍ରେନଟି କେସିଙ୍ଗା ଷ୍ଟେସନ ଅତିକ୍ରମ କରୁଥିବା ବେଳର ଭିଡିଓ ମୋବାଇଲରେ କଏଦ ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ ଲାଗିବା ବିଷୟକୁ କେସିଙ୍ଗା ଷ୍ଟେସନ କତ୍ତୃପକ୍ଷ ସ୍ୱୀକାର କରିଛନ୍ତି। କିନ୍ତୁ କେଉଁଠାରୁ କେଉଁ ସ୍ଥାନକୁ ଟ୍ରେନ୍ ଟି ଯାଉଥିଲା, କେତେ ପରିମାଣର କୋଇଲା ନଷ୍ଟ ହେଇଛି ସେ ନେଇ ଷ୍ଟେସନ୍ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଶେଷ ଖବର ଅନୁଯାୟୀ ଟିଟିଲାଗଡ ଷ୍ଟେସନ୍ ରେ ପହଞ୍ଚିବା ବେଳକୁ ନିଆଁର ପ୍ରକୋପ କମିଥିବା ଏବଂ ସେଠାରେ ପାଣି ପକାଇ ନିଆଁ କୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.