
ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ଡାକ୍ତର ଖାନାକୁ ବାଲିପଦର ଅଞ୍ଚଳ ର ଜଣେ ନବ ବିବାହିତ ଡାକ୍ତର ନିୟମିତ ଆସୁନଥିବା ଅଭିଯୋଗ ହେଉଛି। ବିଳମ୍ବରେ ଡାକ୍ତର ଖାନାକୁ ଆସିବା ପରେ ଚିକିତ୍ସା ପାଇଁ ଅପେକ୍ଷା କରିଥିବା ରୋଗୀ ମାନଙ୍କୁ ନାଲି ଆଖି ଦେଖାଇବା ସହ ରୁକ୍ଷ ବ୍ୟବହାର କରୁଥିବା ଆଲୋଚନା ହେଉଛି। ଡାକ୍ତର ବାବୁ ନିକଟରେ ବିବାହ ହୋଇଥିବା ଜଣାପଡିଛି। ଡାକ୍ତରଙ୍କ ଏଭଳି ଅନୁପସ୍ଥିତି ସମ୍ପର୍କ ରେ ମେଡିକାଲ ଅଫିସର ଙ୍କୁ ପଚାରିବାରୁ ସେ କହିଲେ ବାବୁ ନୂଆ କରି ବାହା ହୋଇଥିବା ଯୋଗୁଁ ବିଳମ୍ବରେ ଆସୁଥିବେ ବୋଲି ସଫେଇ ଦେଇଥିଲେ। ପୋଲସରା ଡାକ୍ତର ଖାନା ନିକଟରେ ତଥା ବାଲିପଦର ନିଜ ଘର ହୋଇଥିବା ଯୋଗୁଁ ଡାକ୍ତର ବାବୁ ଏଭଳି ଅନୁପସ୍ଥିତି ସାଙ୍ଗକୁ ରୋଗୀଙ୍କୁ ରୁକ୍ଷ ବ୍ୟବହାର ଦେଖାଉଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଏଭଳି ଡାକ୍ତରଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣ ରେ ଦାବୀ ହେଉଛି।
