ଉତ୍କଳ ଆଶ୍ରମକୁ ଐତିହାସିକ ସ୍ମାରକୀ ଭାବେ ଘୋଷଣା କରିବାପାଇଁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର

add-all

ବ୍ରହ୍ମପୁର : ବ୍ରହ୍ମପୁର ଉତ୍କଳ ଆଶ୍ରମ ଜାତୀୟ ସ୍ମାରକୀଭବନର ମର୍ଯ୍ୟାଦା ପାଇଁ ଗଞ୍ଜାମ ଜିଲ୍ଲାର ଜନପ୍ରତିନିଧି ସାଂସଦ ଏବଂ ବିଧାୟକମାନଙ୍କ ସ୍ବର ଅଭାବ ଥିବା ବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ରାଜ୍ୟ ସଭା ସାଂସଦ ଡ.ସସ୍ମିତ ପାତ୍ର ଆଜି ଏକ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉଦ୍ଦେଶ୍ୟ ରେ ଏହି ଚିଠି ଲେଖି ଉତ୍କଳ ଆଶ୍ରମ କୁ ଐତିହାସିକ ସ୍ମାରକୀ ଭାବେ ଘୋଷଣା ସହ ବର ପୁତ୍ର ଙ୍କ ପ୍ରତି ଉଚିତ୍ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏହି ଚିଠିଟି ରେ ଉଲ୍ଲେଖ ରହିଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶଗଠନ ରେ ଉତ୍କଳ ଆଶ୍ରମ ର ବିଶେଷ ଯୋଗଦାନ ରହିଚି। ବଡ ଖେମୁଣ୍ଡି ରାଜା କୃପାମୟ ଦେବ ଓଡ଼ିଶାର ପ୍ରଥମ ଜାତୀୟ ସଭା ଭବନ ବ୍ରହ୍ମପୁର ଉତ୍କଳ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଶିଳାନ୍ୟାସ ହୋଇଥିଲା ୨୦ ଫେବୃଆରୀ ୧୯୨୦ ଏବଂ ଉଦ୍ଘାଟନ ହୋଇଥିଲା ୨୨ ଜାନୁଆରୀ ୧୯୨୫ ମସିହାରେ। ଏହି ପବିତ୍ର ପୀଠ ଉତ୍କଳ ଆଶ୍ରମ ଗୋଟିଏ ଜାତିର ସ୍ବାଭିମାନ ସହିତ ଯୋଡି ହୋଇ ଥିବା ଶତାବ୍ଦୀର ସ୍ବକ୍ଷର ବହନ କରୁଥିବା ପୀଠକୁ ଐତିହାସିକ କୋଠାର ମାନ୍ୟତା ପାଇଁ ଆବଶ୍ଯକ ଥିବା ବେଳେ ଗଞ୍ଜାମ ଜିଲ୍ଲାର ସ୍ଵାଭିମାନ ପାଇଁ ଜନ ପ୍ରତିନିଧି ଆଶାନୁରୂପ ଆଲୋଚନା ନ କରିବା ବିଡମ୍ବନା ବିଷୟ।ଏହି ପୀଠକୁ ଐତିହାସିକ ସ୍ମାରକୀ ଘୋଷଣା କରାଗଲେ ଓଡ଼ିଶା କେବଳ ନୁହଁ ଭାରତ ରେ ଉତ୍କଳ ଆଶ୍ରମ ଅସ୍ମିତା ଭବନ ର ଅନନ୍ୟ ବିଶେଷତ୍ଵ ବହନ କରିବ ବୋଲି ଭାଷା ପ୍ରେମୀ ମାନେ ଦାବୀ ରଖିଛନ୍ତି।ଏହି ଉତ୍କଳ ଆଶ୍ରମ ପରିସର ଦୀର୍ଘ ଶହେ ବର୍ଷ ଧରି ଓଡ଼ିଆ ଭାଷା ଆନ୍ଦୋଳନ ଏବଂ ଅନେକ ଜାତୀୟ ଆଲୋଚନା ଚକ୍ର ତଥା ସ୍ବାଭିମାନର ମଣିଷ ମାନଙ୍କ ପାଇଁ ପ୍ରଜ୍ଞା ପୀଠ। ଉତ୍କଳ ସମ୍ମିଳନୀ ମାଧ୍ୟମରେ କେବେ ବି କୌଣସି ସମୟରେ ଉତ୍କଳ ଆଶ୍ରମ କୁ ଐତିହାସିକ ସ୍ମାରକୀ ରୂପେ ଘୋଷଣା କରିବା ପାଇଁ ପ୍ରୟାସ ନ ହେବା ବିସ୍ମୟ ସୃଷ୍ଟି କରିବା ସହ ଅନେକ ପ୍ରଶ୍ନ ଉଠେ । ଉତ୍କଳ ଆଶ୍ରମ ହିଁ ଉତ୍କଳ ସମ୍ମିଳନୀ ଗଠନ ପ୍ରସଙ୍ଗ ଗୁରୁତ୍ଵ ବହନ କରି ଥିଲା। ଭାଷା ଭିତ୍ତିକ ରାଜ୍ୟ ଗଠନ ପ୍ରସଙ୍ଗ ରେ ଶହେ ବର୍ଷ ତଳେ ଉତ୍କଳ ସମ୍ମିଳନୀ ଓଡ଼ିଶାର ବରପୁତ୍ର ମାନେ ଆଗକୁ ଆସିଥିଲେ। ତେବେ ଆଜି ଦିନ ରେ ଗଞ୍ଜାମ ଜିଲ୍ଲାର ସ୍ଵାଭିମାନ ପାଇଁ ଉତ୍କଳ ସମ୍ମିଳନୀ ର କାର୍ଯ୍ୟ କୁ ନେଇ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ମାନେ ପ୍ରଶ୍ନ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ବ୍ରହ୍ମପୁର ଓଡ଼ିଆ ଭାଷା ଆନ୍ଦୋଳନ ର ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ରାଜ୍ୟ ସରକାର କେନ୍ଦ୍ର ସରକାର ଏହି ଐତିହାସିକ କୋଠା ଉତ୍କଳ ଆଶ୍ରମ କୁ ଜାତୀୟ ସ୍ମାରକୀ ଭବନର ମର୍ଯ୍ୟାଦା ଦେବା ପାଇଁ ଦାବୀ କରି ଆସିଛନ୍ତି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ଐତିହାସିକ ଘଟଣାବଳୀ କୁ ଏହି ପରିସର ରେ ସ୍ଥାନ ଦିଆଯାଉ ବୋଲି ଅନେକ ବାର ଯଥାର୍ଥ ଦାବୀ ରଖି ଆସିଛନ୍ତି।ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କଳା ସଂପର୍କରେ ଅନେକ ଆଲୋଚନାରେ ବଳିଷ୍ଠ ଯୋଗଦାନ ଥିବା ଏବଂ ଅନେକ ଅବିସ୍ମରଣୀଯ ଘଟଣାବଳୀର ମୁକସାକ୍ଷୀ ପବିତ୍ର ପୀଠ ଉତ୍କଳ ଆଶ୍ରମ ପରିସର ।ସ୍ବାଭିମାନୀ ଓଡ଼ିଆ ଭାଷା ପ୍ରେମୀ ଙ୍କ ସାଧନା ଓ ପ୍ରଜ୍ଞା ପୀଠ ଉତ୍କଳ ଆଶ୍ରମ ଜାତୀୟ ସ୍ମାରକୀ ଭବନର ମର୍ଯ୍ୟାଦା ଦିଆଗଲେ ଗଂଜାମ ମାଟିର ଐତିହାସିକ ଘଟଣାବଳୀ ଗୁଡିକ ଉଚିତ୍ ମୂଲ୍ୟାୟନ ହେବା ସହିତ ବ୍ରହ୍ମପୁର ଗୌରବ ବିଷୟ ହେବ ବୋଲି ଡାକ୍ତର ତ୍ରିପାଠି ରାଜ୍ୟ ସରକାର ଙ୍କ ଦୁଇ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ସାକ୍ଷାତ କରି ଅନୁରୋଧ କରି ଥିଲେ।

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପାସନା ପାଇଁ ଯେଉଁ ମାନେ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରନ୍ତି ସେମାନଙ୍କ ମନରେ ଏହି କଥା କହିବା ପାଇଁ ଇଚ୍ଛା ଅଛି କିନ୍ତୁ ନୀରବ ରହି ଥିବା ବେଳେ ଆଜି ରାଜ୍ୟ ସଭା ସାଂସଦ ଡ ସସ୍ମିତ ପାତ୍ର ଙ୍କ ଚିଠି କୁ ନେଇ ଆଲୋଚନା ଜୋର୍ ଧରିଛି। ଓଡ଼ିଶାର ସ୍ଵାଭିମାନ ପାଇଁ ଉତ୍କଳ ଆଶ୍ରମ କୁ ଐତିହାସିକ ସ୍ମାରକୀ ଭାବେ ଘୋଷଣା କରିବା ଏହା ନିଶ୍ଚିତ ଭାବରେ ଓଡିଆ ଜାତି ର ସ୍ଵାଭିମାନ ପାଇଁ ଆବଶ୍ୟକ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.