
ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ମହୋତ୍ସବ ପଡ଼ିଆରେ ରାଜସୁନାଖଳା ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏକ ଦିବସୀୟ ରାତ୍ରି ହାଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ୬ ଓଭର ବିଶିଷ୍ଟ ହାଙ୍ଗାମା ମ୍ୟାଚରେ ୮ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରି ଥିଲେ। ଏହି ହାଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ରାତ୍ର ୮ଟା ରୁ ଆରମ୍ଭ ହୋଇ ଭୋର ୫ ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ରଣପୁର ବିଜେଡି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ, ଲିଙ୍ଗରାଜ ପ୍ରଧାନ, ବିଶିକେଶନ ସାହୁ, ରାଜେଶ କୁମାର ସାହୁ,ଦେବରାଜ ରଗଡ, ପ୍ରଭାତ କୁମାର ସାହୁ, ଭାଗିରଥି ସ୍ୱାଇଁ, ସୁରେଶ କୁମାର ସାହୁ,ସଦାଶିବ ସାହୁ,ସମ୍ବିତ କୁମାର ସାହୁ ଓ ନରେତ୍ତମ ନାୟକ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଶାନ୍ତି ଶୃଙ୍ଖଳାର ଖେଳ ପ୍ରଦର୍ଶନ କରିବା ସହିତ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ।
ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାଣପୁର ଓ ଯାଆଁଳା ପରସ୍ପରକୁ ଭେଟି ଥିଲେ । ଯାଆଁଳା ପ୍ରଥମେ ବ୍ୟାଟିଙ୍ଗ କରି ୬୦ରନ ସଂଗ୍ରହ କରିଥିଲେ । ବାଣପୁର ୬୧ ରନକୁ ପିଛା କରି ୫.୪ ଓଭରରେ ୬୧ରନ କରି ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ। ଆୟୋଜକ ଟିମ ପକ୍ଷରୁ ଲଟେରୀ ବ୍ୟବସ୍ଥା କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ହଟ କେସ ଦିଆ ଯାଇ ଥିବା ବେଳେ ପ୍ରଥମ ପୁରସ୍କାର ସାଇକଲ ଦିଆ ଯାଇଥିଲା। ପରେ ଅତିଥି ମାନେ ରନର୍ସଅପ୍ ହୋଇ ଥିବା ଟିମର ଖେଳାଳି ମାନଙ୍କୁ ୧୫୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରିବା ସହିତ ଚମ୍ପିୟାନ ଟିମର ଖେଳାଳି ମାନଙ୍କୁ ୨୫୦୦୦ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହି ମ୍ୟାଚରେ ଲକ୍ଷ୍ମୀକାନ୍ତ ମିଶ୍ର ଓ ବଲ୍ଲଭ କୁମାର ପ୍ରଧାନ ଆଙ୍କରିଙ୍ଗ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦକ୍ଷ ଅମ୍ପେୟାର ସୁଶାନ୍ତ କୁମାର ପ୍ରଧାନ ଓ ଆନନ୍ଦ ଚନ୍ଦ୍ର ବାରିକ ଆମ୍ପାୟାର୍ ଦାୟିତ୍ୱରେ ରହି ମ୍ୟାଚକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଏହାକୁ ଆଥଲେଟିକ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଶାନ୍ତିପୂର୍ଣ ଭାବେ ସହଯୋଗ କରି ପରିଚାଳନା କରିଥିଲେ । ବିଶେଷ କରି ଚିୟର ଗାର୍ଲ୍ସ ଙ୍କ ନୃତ୍ୟ ଦର୍ଶକ ମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖି ଥିଲା । ପରିଶେଷରେ ରାଜସୁନାଖଳା ସ୍ପୋର୍ଟ୍ସ ଆସୋସିଏସନର ଉପଦେଷ୍ଟା ରଶ୍ମିକାନ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମ୍ୟାଚକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ହଜାର ହଜାର କ୍ରିକେଟ୍ ପ୍ରେମୀ ଦର୍ଶକ ମାନଙ୍କ ଭିଡ ଜମି ଥିଲା ।
