ଅସୁରକ୍ଷିତ ସ୍ଵର୍ଣ୍ଣ କଳସ କ୍ଷେତ୍ର: ଦୁଇ କନେଷ୍ଟବଳଙ୍କ ହାତରେ ମନ୍ଦିର ସୁରକ୍ଷା

add-all

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଆଉଟ୍ ପୋଷ୍ଟରେ ଜଣେ ପୋଲିସ ଅଧିକାରୀଙ୍କ ନିଯୁକ୍ତି ପାଇଁ ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ନେତୃତ୍ବରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପାତ୍ର ପ୍ରେରଣ କରାଯାଇଛି ।ଓଡ଼ିଶା ସରକାରଙ୍କ ଗୃହ ବିଭାଗ ୨୦୨୫ ମସିହାରୁ ରଘୁନାଥ ଜୀଉ ମନ୍ଦିର ପରିସରରେ ଏକ ଆଉଟପୋଷ୍ଟ ଖୋଲିଥିଲା ।ଏହି ଆଉଟପୋଷ୍ଟ ଦୁଇଜଣ କନେଷ୍ଟବଳଙ୍କ ଦ୍ଵାରା ପରିଚାଳିତ ହେଉଛି।ରଘୁନାଥ ମହାପ୍ରଭୁଙ୍କ ଭଣ୍ଡାର ଘରେ ବହୁ ପରିମାଣରେ ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାର ରହିଛି ଏବଂ ମନ୍ଦିର ଉପରେ ତିନୋଟି ସୁନା କଳସ ସ୍ଥାପନ କରାଯାଇଛି ।ପ୍ରତିଦିନ ହଜାର ହଜାର ଭକ୍ତ ମନ୍ଦିରକୁ ଆସୁଥିବା ବେଳେ ମୂଲ୍ୟବାନ ଅଳଙ୍କାର ସଂରକ୍ଷଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଜଣେ ଏସଆଇ ନିଯୁକ୍ତି ଦେବା ସହିତ ଆବଶ୍ୟକ ଅନୁଯାୟୀ ସ୍ଥାୟୀ ମହିଳା ଏବଂ ପୁରୁଷ ପୋଲିସ ନିୟୋଜିତ କରିବା ନିମନ୍ତେ ଦାବି ରହିଛି।

ad-week
Leave A Reply

Your email address will not be published.