ଗାଜାରେ ଇସ୍ରାଏଲର ଆକ୍ରମଣ, ୮ ମୃତ, ୧୫ ଆହତ

add-all

ଗାଜା : ଗାଜାରେ ଇସ୍ରାଏଲ  ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଗାଜା ସହରର ପଶ୍ଚିମ ଭାଗରେ ଏକ ଜନବସତି ଅଞ୍ଚଳରେ ଏକ ଘର ଉପରେ ଇସ୍ରାଏଲ ଆକ୍ରମଣ କରିବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଏକ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ ଦ୍ବାରା ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଅଲ ସିଫା ହସ୍ପିଟାଲ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଆକ୍ରମଣରେ ମଧ୍ୟ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି।

 ଉଲ୍ଲେଖଯୋଗ୍ୟ ଗତ ଅକ୍ଟୋବରରୁ ଯୁଦ୍ଧବିରତି ହୋଇଥିଲେ ସୁଦ୍ଧା ଗାଜା ଷ୍ଟ୍ରିପ୍‌ରେ ନିୟମିତ ହିଂସା ଜାରି ରହିଛି। ଯୁଦ୍ଧବିରତି ହେବା ପରଠାରୁ ଇସ୍ରାଏଲ ଆକ୍ରମଣରେ ୯୩୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ତେବେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ନେଇ ଉଭୟ ହମାସ ଏବଂ ଇସ୍ରାଏଲ ପରସ୍ପରକୁ ଦାୟୀ କରିଛନ୍ତି। ଗତ ସପ୍ତାହରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ ଯେ ସେ ଗାଜା ଷ୍ଟ୍ରିପ୍‌ର ୭୦ ପ୍ରତିଶତ ନିୟନ୍ତ୍ରଣକୁ ନେବାପାଇଁ ସେନାକୁ ନିର୍ଦ୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.