
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗ୍ରାମର କାହ୍ନା ପାତ୍ରଙ୍କ ସ୍ତ୍ରୀ ପ୍ରତିମା ପାତ୍ର ଆତ୍ମହତ୍ୟା କରିବାକୁ ଯାଇ ଫିନାଇଲ୍ ପିଇ ଦେବାରୁ ଗୁରୁତର ଅବସ୍ଥାରେ ସ୍ବାମୀ କହ୍ନା ପାତ୍ର ଓ ପରିବାର ଲୋକେ ତାକୁ ଓଡ଼ଗାଁ ଡାକ୍ତରଖାନା ଆଣିଥିଲେ ।ଖବର ପାଇ ପ୍ରତିମାର ବାପା ଘର ଲୋକେ ରଗଡ଼ିମଡାରୁ ଓଡ଼ଗାଁ ଡାକ୍ତରଖାନାରେ ପହଞ୍ଚି ଅଟୋରେ ପ୍ରତିମା କୁ ଦେଖିବାକୁ ପାଇଥିଲେ ।ମାତ୍ର ପ୍ରତିମାର ପରିବାର ଲୋକଙ୍କୁ ଦେଖି କାହ୍ନା ପାତ୍ର ପାଟି ତୁଣ୍ଡ କରିଥିଲେ ଏବଂ ମାମୁ ଶଶୁରକୁ ଗୋଇଠା ମାରି ସେଠାରୁ ଭଗେଇ ଦେଇଥିଲେ ।ଖବର ପାଇଁ ଓଡ଼ଗାଁ ପୋଲିସ ସେଠାରେ ପହଞ୍ଚି ଉତ୍ତେଜନା କମାଇଥିଲେ ।ଓଡ଼ଗାଁ ଡାକ୍ତରଖାନାରେ ପ୍ରତୀମାର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ସେ ଗୁରୁତର ହୋଇଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
