
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ତାଲୁକ୍ ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଦେୱାନୀ (କନିଷ୍ଠ) ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ, ଓକିଲ ସଂଘ ସଭାପତି ସୁଶାନ୍ତ ମିଶ୍ର, ସମ୍ପାଦକ ଚିରଞ୍ଜିବୀ ଦାଶ, ସରକାରୀ ଅଧିବକ୍ତା ମନୋଜ ପଟ୍ଟନାୟକ, ଓଡ଼ଗାଁ ବନାଞ୍ଚଳ ଅଧିକାରୀ ସରିତା ବରାଳ, ବରିଷ୍ଠ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ, ଇନ୍ଦୁ ଭୂଷଣ ମିଶ୍ର ଏବଂ ଅନ୍ୟ ଆଇନଜୀବୀ ମାନେ ଯୋଗଦେଇ ପରିବେଶ ଓ ତାର ସୁରକ୍ଷା ସମ୍ବନ୍ଧୀୟ ମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଓଡ଼ଗାଁ ବନାଞ୍ଚଳ ତରଫରୁ ପ୍ରଦାନ କରାଯାଇଥିବା ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା ।ସମସ୍ତ କାର୍ଯ୍ୟକ୍ରମକୁ ତାଲୁକା ଆଇନ ସେବା ପ୍ରାଧିକରଣ ସଂଯୋଜିକା ଶ୍ରଦ୍ଧାଞ୍ଜଳି ରଥ ପରିଚାଳନା କରିଥିଲେ।
