ମାଲକାନଗିରି ସରକାରୀ ପଲିଟେକନିକରେ ବ୍ୟାପକ ନିଯୁକ୍ତି: ଟାଟା ଇଲେକ୍ଟ୍ରୋନିକ୍ସ ସହ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ୯୭ ଛାତ୍ରଛାତ୍ରୀ ମନୋନୀତ

add-all

ମାଲକାନଗିରି : ସ୍ଥାନୀୟ ସରକାରୀ ପଲିଟେକନିକ୍ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଚଳିତ କ୍ୟାମ୍ପସ ସିଲେକ୍ସନରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ରଙ୍କ ପ୍ରେରଣା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କ୍ୟାମ୍ପସ ସିଲେକ୍ସନ ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରତିଷ୍ଠିତ ଜାତୀୟ କମ୍ପାନୀମାନଙ୍କରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ଚଳିତ ବର୍ଷର ଏହି ସ୍ୱତନ୍ତ୍ର କ୍ୟାମ୍ପସ ଡ୍ରାଇଭକୁ ଅନୁଷ୍ଠାନର ଟ୍ରେନିଂ ଆଣ୍ଡ ପ୍ଲେସମେଣ୍ଟ ଅଫିସର ଶ୍ରୀମତୀ ଦୀପିକା ସରକାର ଏବଂ ଶ୍ରୀ ସୀମାଞ୍ଚଳ ନାୟକ ସଫଳତାର ସହ ପରିଚାଳନା କରିଥିଲେ।

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ (DTE&T, Cuttack) ଏବଂ କଟକ ସ୍ଥିତ ସେଣ୍ଟ୍ରାଲ ପ୍ଲେସମେଣ୍ଟ ସେଲ୍ (Central Placement Cell) ର ସହଯୋଗ ଓ ମାର୍ଗଦର୍ଶନରେ ଏହି ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି।

ନିକଟରେ ବାଙ୍ଗାଲୋର ସ୍ଥିତ ‘ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ସ’ (Tata Electronics Systems) ପକ୍ଷରୁ ଏକ ସ୍ୱତନ୍ତ୍ର କ୍ୟାମ୍ପସ ଡ୍ରାଇଭ୍ ଆୟୋଜିତ ହୋଇଥିଲା। ଏଥିରେ ଅନୁଷ୍ଠାନର ୪୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ କମ୍ପାନୀର ମାନବ ସମ୍ବଳ ପ୍ରବନ୍ଧକ (HR Manager) ଶ୍ରୀଯୁକ୍ତ ଏ. କେ. ବିଶ୍ୱାଳଙ୍କ ଦ୍ୱାରା ପରିଚାଳିତ ସାକ୍ଷାତକାର ମାଧ୍ୟମରେ ୨୪ ଜଣ ଯୋଗ୍ୟ ଛାତ୍ରଛାତ୍ରୀ ସଫଳତାର ସହ ମନୋନୀତ ହୋଇ ସେମାନଙ୍କର ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ଚେନ୍ନାଇ ସ୍ଥିତ ପ୍ରତିଷ୍ଠିତ ‘ସୁବ୍ରୋସ୍ ଲିମିଟେଡ୍’ (Subros Ltd) ପକ୍ଷରଖୁ ଆୟୋଜିତ ପ୍ଲେସମେଣ୍ଟ ଡ୍ରାଇଭରେ କମ୍ପାନୀର ମାନବ ସମ୍ବଳ ପ୍ରବନ୍ଧକ (HR Manager) ଶ୍ରୀଯୁକ୍ତ ଜେ. କାର୍ତ୍ତିକଙ୍କ ଦ୍ୱାରା ୪୨ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇ ନିଯୁକ୍ତି ପତ୍ର ପାଇଥିଲେ। ସେହିପରି ପୁଣେ ସ୍ଥିତ ପ୍ରସିଦ୍ଧ ‘ଫ୍ଲାସ୍ ଇଲେକ୍ଟ୍ରୋନିକ୍ସ’ (Flash Electronics) ର ଏଚ୍.ଆର୍ ମ୍ୟାନେଜରଙ୍କ ଦ୍ୱାରା ପରିଚାଳିତ ଅନ୍ୟ ଏକ କ୍ୟାମ୍ପସ ଡ୍ରାଇଭରେ ଅନୁଷ୍ଠାନର ୩୧ ଜଣ ଛାତ୍ରଛାତ୍ରୀ ସଫଳତାର ସହ ମନୋନୀତ ହୋଇଛନ୍ତି।

ମୋଟ ଉପରେ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠାନର ୯୭ ଜଣ ଛାତ୍ରଛାତ୍ରୀ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଛାତ୍ରଛାତ୍ରୀମାନଙ୍କର ଏହି ଗୌରବମୟ ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପାତ୍ର, ସମସ୍ତ ଅଧ୍ୟାପକ, ଶିକ୍ଷାକର୍ମୀ ଏବଂ ଅଭିଭାବକ ସେମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ad-week
Leave A Reply

Your email address will not be published.