ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗରେ ବିଶ୍ୱ ପରିବେଶ ଦିବସ ପାଳିତ: ପରିସରରେ ବୃକ୍ଷରୋପଣ ସହ ବ୍ୟାପକ ବନୀକରଣ ପାଇଁ ନିଷ୍ପତ୍ତି

add-all

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସବୁଜିମାର ସୁରକ୍ଷା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷ ଶ୍ରୀ ସତୀଶ୍ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବୃକ୍ଷରୋପଣ କରାଯାଇଥିଲା।

ଏହି ଅବସରରେ ଉପଭୋକ୍ତା ଓକିଲ ସଂଘର ଉପସଭାପତି ଆଇନଜୀବୀ ଡଃ ଲକ୍ଷ୍ମୀ ନାରାୟଣ ଦାସ, ଯୁଗ୍ମ ସମ୍ପାଦକ ଆଇନଜୀବୀ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ, ଆଇନଜୀବୀ ସୁଶ୍ରୀ ଅଞ୍ଜଳି ଭୂୟାଁ ଏବଂ ଆୟୋଗର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଏହି ସମୟରେ ଆଲୋଚନା କରାଯାଇଥିଲା।

କେବଳ ସେତିକି ନୁହେଁ, ଆୟୋଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ଆୟୋଗ ପରିସର ତଥା ଏହାର ଆଖପାଖ ଅଞ୍ଚଳରେ ଏକ ସବୁଜ ବଳୟ ସୃଷ୍ଟି ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.