ବିଶ୍ୱ ପରିବେଶ ଦିବସ ଅବସରରେ ପର୍ବତ ଆରୋହଣ କାର୍ଯ୍ୟକ୍ରମ

add-all

ଚିତ୍ରକୋଣ୍ଡା : ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନ ବିଭାଗ ସୌଜନ୍ୟ ରେ ପର୍ବତ ଆରୋହଣ କାର୍ଯ୍ୟକ୍ରମ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଚିତ୍ରକୋଣ୍ଡା ମେଗାଜନ ଗ୍ରାମ ନିକଟରୁ ଦୋରାଘାଟ ଦେଇ ଆଲାମପକା ପର୍ଯ୍ୟନ୍ତ ପର୍ବତ ଆରୋହଣ ର ଶୁଭାରମ୍ଭ କରାଯାଇଥିଲା । ସେଠାରେ ସମସ୍ତ ଉପସ୍ଥିତ ଅଧିକାରୀ ପର୍ବତ ଆରୋହଣ ର ଅନୁଭୂତି ନେଇଥିଲେ । ଏହା ପରେ ଚିତ୍ରକୋଣ୍ଡା ଆରଙ୍ଗି ଘାଟ ନିକଟରେ ଥିବା ଏକ ବିଶାଳ ଉଦ୍ୟାନ ନକ୍ଷତ୍ର ବଣ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଉପସ୍ଥିତ ସମସ୍ତ ଅଧିକାରୀ ସମେତ, ବିଭିନ୍ନ ବନାଞ୍ଚଳ ରୁ ଆସିଥିବା କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧିମାନେ, ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ସମସ୍ତେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ରାଜସିକ୍ରେ, ଏସ ପି ଶ୍ରୀ ବିନୋଦ ପାଟିଲ, ଏ ଡି ଏଫ ଓ ଉମା ମହେଶ୍ୱର, ଏ ସି ଏଫ ପ୍ରିୟଙ୍କା ମୋକା ପ୍ରମୁଖ ଯୋଗ ଦେଇଥିଲେ । ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ତତ୍ୱବାଧାନରେ ବନପାଳ ନିରଞ୍ଜନ ସାରକା, କାଲିମେଳା ବନପାଳ ମୃତ୍ୟୁଞ୍ଜୟ ସେଠୀ ସହଯୋଗ କ୍ରମେ କାର୍ଯ୍ୟକ୍ରମଟି ସଫଳ ହୋଇଛି ।

ad-week
Leave A Reply

Your email address will not be published.