ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ

add-all

ନୂଆଦିଲ୍ଲୀ:ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ। ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ପୋଲିସର ହାଇ-ଆଲର୍ଟ ଘୋଷଣା।।  ଦେଶର ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଅନିୟମିତତା ଓ ପେପର ଲିକ୍ ଦୁର୍ନୀତି ବିରୋଧରେ ବଡ଼ ଧରଣର ଗଣ-ଆନ୍ଦୋଳନ ସଂଗଠିତ । ଯୁବଗୋଷ୍ଠୀଙ୍କ ଦ୍ୱାରା ସୋଶାଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ସଂଗଠନର ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦେଇଛି ରଣହୁଙ୍କାର। ହଜାର ହଜାର ଯୁବକ ଓ ଯୁବତୀ ବିକ୍ଷୋଭରେ ସାମିଲ ହୋଇ ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥା ପାଇଁ ସିଧାସଳଖ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଛନ୍ତି।

କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେ ନିଜେ ଜୟ ଭୀମ ନାରା ଦେଇ ଯନ୍ତରମନ୍ତରରେ ଗର୍ଜନ କରିଛନ୍ତି। ଏହି ଦେଶର ଯୁଗୋଷ୍ଠୀଙ୍କୁ ଆଉ ଭୟଭୀତ ହେବାର ନାହିଁ।ଇନଷ୍ଟାଗ୍ରାମରେ ୨ କୋଟିରୁ ଅଧିକ ସମର୍ଥକ ଥିବା ଏହି ସଂଗଠନ ଆଜି ପ୍ରମାଣ କରିବ ଯେ ସେମାନଙ୍କ ଅନ୍ ଲାଇନ୍ ଶକ୍ତି ବାସ୍ତବ ଦୁନିଆରେ କେତେ ପ୍ରଭାବଶାଳୀ।ଦେଶର ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ଅଭିଜିତ କହିଛନ୍ତି। କକ୍ରୋଚ ଜନତା ପାର୍ଟି କହିଛି ଯେ “ଆମେ ଶିକ୍ଷା ମନ୍ତ୍ରୀଙ୍କୁ ନିର୍ବାଚିତ କରିଥିଲୁ ଓ ତାଙ୍କୁ ସେଠାକୁ ପଠାଇଥିଲୁ। ସେ ଆମ ଟିକସରୁ ଦରମା ପାଉଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ଲକ୍ଷାଧିକ ଯୁବଗୋଷ୍ଠୀଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଚାଲି ଯାଇଛି। ‌ଏବେ କୋକ୍ରଚମାନେ ଆସୁଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଯାଉଛନ୍ତି।” ଆଜି ଦିନ ୫ଟା ଯାଏ କକ୍ରୋଚ ଜନତା ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିବ। ଏହାପରେ ବି ଯଦି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନାହିଁ, ତା’ହେଲେ ସଂଗଠନ ପୁଣି ରାସ୍ତାକୁ ଓହ୍ଲାଇବ।

ଆସନ୍ତା ଜୁନ ୨୩ରେ ସିଜେପି ଦିଲ୍ଲୀର ରାମଲୀଳା ମୈଦାନରେ ବିକ୍ଷୋଭ ସମାବେଶ କରିବ ବୋଲି ସଙ୍କେତ ଦେଇଛି।।ନିଟ୍-ୟୁଜି ପେପର ଲିକ୍ ମାମଲାରେ ୨୨ ଲକ୍ଷରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ହୋଇଥିବା ଖେଳର ତୁରନ୍ତ ନ୍ୟାୟ ।  ସିବିଏସି ଓ ସିଷ୍ଟମ୍ ତ୍ରୁଟି, ସିୟୁଟି ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଚାଲିଥିବା ଦୁର୍ନୀତି ଯୋଗୁଁ ଅନେକ ଛାତ୍ର ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି, ସେଥିପାଇଁ ସରକାରୀ ବ୍ୟବସ୍ଥାରେ ସଂସ୍କାର ଭଳି ପ୍ରମୁଖ ଦାବି ରହିଛି ।  ପୂର୍ବରୁ ଜଣେ ବିଚାରପତିଙ୍କ ଦ୍ୱାରା ଯୁବପିଢ଼ିଙ୍କୁ ଉଦ୍ଦେଶ୍ୟ କରି କୁହାଯାଇଥିବା ଅପମାନଜନକ ଶବ୍ଦ “କକ୍ରୋଚ୍” କୁ ଆଜି ସେମାନେ ନିଜର ଅସ୍ତ୍ର କରିଛନ୍ତି।

ad-week
Leave A Reply

Your email address will not be published.