ସୋରଲୁକୋଣ୍ଡା ବ୍ୟାରେଜରେ ଗାଧୁଆ ହେଲା କାଳ : ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

add-all

ମାଲକାନଗିରି : ବ୍ୟାରେଜ କୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟବରଣ କଲା ଯୁବକ। ଆଜି ଏପରି ଏକ ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପୋଟେରୁ ଜଳ ସେଚନ ପ୍ରକଳ୍ପ ଅଧୀନରେ ଥିବା ସୋରଲୁକୋଣ୍ଡା ବ୍ୟାରେଜ ରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ଆଜି ରବିବାର ହେତୁ ସୋମନାଥପୁର ପଂଚାୟତ ଅନ୍ତର୍ଗତ ଏମଭି-୩୬ ଗ୍ରାମର ରୂପଚାନ୍ଦ ଧର ଙ୍କ ପରିବାର ସମେତ ପାଖ ପଡୋଶୀ ଏଭଳି ୫ ଟି ପରିବାର ମିଶି ଅପରାହ୍ନ ସମୟରେ ଗାଧୋଇବାକୁ ସୋରଲୁକୋଣ୍ଡା ବ୍ୟାରେଜ ଯାଇଥିଲେ। ତେବେ ସମସ୍ତେ ଗାଧୋଇବା ସମୟରେ ବ୍ୟାରେଜ ର ଜଳ ପ୍ରଖର ସ୍ରୋତରେ ମାଡି ଆସିବାରୁ ରୂପଚାନ୍ଦ ଙ୍କ ପୁଅ ଅନୁପ ଧର(୨୩) ପଥର ମଧ୍ୟରେ ଥିବା ଏକ ଗଭୀର ସ୍ଥାନରେ ଫସି ଯାଇଥିଲେ। ତେବେ ପରିବାର ମିଶି ଏକତ୍ର ହୋଇ ଗାଧୋଇବା ସମୟରେ ନିଜ ମା ସମ୍ମୁଖରେ ପୁଅଟି ଗଭୀର ଜଳରେ ବୁଡି ମୃତ୍ୟ ବରଣ କରିବା ଭଳି ହୃଦୟ ବିଦାରକ ଘଟଣା ଘଟିଯାଇଛି। ଖବର ପାଇ ବ୍ୟାରେଜ ରେ ଓରକେଲ ପୋଲିସ ର ଏକ ଟିମ ଏଏସଆଇ ଅଜିତ ଟାକରୀ ଙ୍କ ନେତୃତ୍ୱରେ ପହଂଚିଥିଲା। ଦୀର୍ଘ ସମୟର କସରତ ପରେ ଓରକେଲ ପୋଲିସ ର ଉକ୍ତ ଟିମ ଏବଂ ପରିବାର ବର୍ଗ ଅନୁପ ଙ୍କୁ ପାଣି ମଧ୍ୟରୁ ଖୋଜି ବାହାର କରିଥିଲେ। ଏହାପରେ ସଙ୍ଗେ ସଙ୍ଗେ ଅନୁପ ଙ୍କୁ ବାଲିମେଳା ସ୍ଥିତ ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା। ଡାକ୍ତର ସେଠାରେ ଅନୁପକୁ ମୃତ ଘୋଷଣା କରିଥିଲେ। ପରେ ଅନୁପର ମୃତ ଶରୀର ଶବ ବ୍ୟବଚ୍ଛେଦ ନିମନ୍ତେ ପୁଲିସ ମାଲକାନଗିରି ପଠାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଏଏସଆଇ ଶ୍ରୀ ଟାକରୀ ସୂଚନା ଦେଇଛନ୍ତି। ଏହି ଘଟଣା ଶୁଣି ସୋରଲୁକୋଣ୍ଡା ବ୍ୟାରେଜ ନିକଟରେ କିଛି ସମୟ ପାଇଁ ଶତାଧିକ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ତେବେ ଏଭଳି ଦୁଃଖଦ ଘଟଣା ଘଟିବା ଦ୍ୱାରା ଏମଭି-୩୬ ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.