ଟେମ୍ପରାରୀ କଲୋନୀଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

add-all

ଚିତ୍ରକୋଣ୍ଡା ଟେମ୍ପରାରୀ କଲୋନୀଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।
‎ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ପିଏ ଆଇଟିଡିଏ ହଳଧର ଶବର, ଜିଲ୍ଲା ଶିକ୍ଷାଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଗୋଷ୍ଠୀ ଶିକ୍ଷାଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ଜିଲ୍ଲା ପରିଷଦ ସଭ୍ୟା ବିନନ୍ତି ଖିଲ ପ୍ରମୁଖ ଉପସ୍ଥିତ ଥିଲେ।
‎ଅତିଥିମାନେ ନିଜ ଅଭିଭାଷଣରେ ଶିକ୍ଷାର ବିକାଶ ସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପରିବେଶ ଯୋଗାଇବାରେ ଏପରି ଆଦର୍ଶ ବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସ୍ଥାନୀୟ ଅଞ୍ଚଳବାସୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
‎ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଅଧୀନରେ ଏହି ବିଦ୍ୟାଳୟ ନିର୍ମାଣ ହେବାକୁ ଯାଉଛି, ଯାହା ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ନୂଆ ଦିଗ ଉନ୍ମୋଚନ କରିବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.