
ନୟାଗଡ଼, ୦୮/୦୬(ନିସର୍ତ୍ତ ) : ଏବେବି ଲୋକଙ୍କ ମନରୁ ଦୂର ହୋଇନି ଅନ୍ଧ ବିଶ୍ଵାସ ଗାଁରେ ଚାଲିଛି କଙ୍ଗାରୁ କୋର୍ଟ। ଚୋର ଧରିବା ପାଇଁ ପୋଲିସ ପ୍ରଶାସନର ସାହାଯ୍ୟ ନନେଇ ଗାଁରେ ଖଟ ବୁଲାଇ ଓ ଗୁଣିଆକୁ ଡାକି ନଖ ଦର୍ପଣ କରାଯାଇଥିଲା।ଏବଂ ଏଥି ସହିତ ବୃଦ୍ଧାଙ୍କୁ ଚୋର ସଜାଇ ମାଡ଼ ମାରି ଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ପାଣ୍ଡି କାସନ୍ଦା ପଞ୍ଚାୟତ ଜାମୁସାହି ଗ୍ରାମରେ । ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜାମୁ ସାହି ଗାଁର ବିଭୁତି ଭୂଷଣ ପ୍ରଧାନଙ୍କ ଘରୁ ସୁନା ଅଳଙ୍କାର ଚୋରି ହୋଇଥିଲା। ତାଙ୍କ ଘରକୁ ଯାଉ ଥିବା ବିଧବା ବୃଦ୍ଧା କୁମା ବେୱାଙ୍କ ଉପରେ ତାଙ୍କର ସନ୍ଦେହ ହୋଇ ଥିଲା । ଫଳରେ କୁମା ଘରେ ପଶି ସୁନା ଜିନିଷ ଚୋରି କରି ନେଇଥିବା ନେଇ ବିଭୁତି ଗ୍ରାମ ସଭାରେ ଅଭିଯୋଗ କରିଥିଲେ ।
ଗ୍ରାମରେ ଖଟ ବୁଲା ଯାଇ ଥିଲା ଏବଂ ନଖ ଦର୍ପଣ କରାଯାଇ ବିଧବା ବୃଦ୍ଧାଙ୍କୁ ଚୋର ସଜାଇ ମାଡ଼ ମରାଯାଇଥିଲା । ତେବେ ବୃଦ୍ଧା ଜଣକ ରାଜସୁନାଖଳା ଫାଣ୍ଡିକୁ ନ୍ୟାୟ ପାଇଁ ଯାଇ ଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିବାରୁ କର୍କଟରେ ପୀଡିତ ରୋଗୀଣା ପୁଅକୁ ଧରି ବୃଦ୍ଧା ମହିଳା ଜଣକ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ପାଖକୁ ନ୍ୟାୟ ପାଇଁ ଯାଇଥିଲେ ।ଏସ୍ପି ପୁନର୍ବାର ଅଭିଯୋଗ ଦେବା ପାଇଁ କହିଥିବା ବେଳେ ନ୍ୟାୟ ଅପେକ୍ଷାରେ ବିଧବା ମହିଳା ।ଏନେଇ ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଏକ ମାମଲା ରୁଜୁ କରି ତଦନ୍ତ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଯେଉଁ ଭଳି ଗାଁରେ କଙ୍ଗାର କୋର୍ଟ କରିବାକୁ କେହି ସାହସ କରିବେ ନାହିଁ ବୋଲି କହିଛନ୍ତି |
