ଶିଶୁ ସାହିତ୍ୟିକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ସମ୍ବର୍ଦ୍ଧିତ

add-all

ବ୍ରହ୍ମପୁର : ବରିଷ୍ଠ ଶିଶୁସାହିତ୍ୟିକ, ପ୍ରାକ୍ତନ ପ୍ରଧାନଶିକ୍ଷକ, ସଂଗଠକ ତଥା ଉତ୍କଳିକା ସାହିତ୍ୟ ଅନୁଷ୍ଠାନ ର ସଂପାଦକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ଙ୍କୁ ମା ତାରିଣୀ ପୀଠ ଘଟଗାଁ ଠାରେ ସାମଗ୍ରିକ ସାହିତ୍ୟ ସାଧନା ନିମନ୍ତେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସଂଯୋଗୀ ସାହିତ୍ୟ ସଂସଦ ( କେନ୍ଦୁଝର ) ଓ ମାନସପୀଠ, କେନ୍ଦୁଝର ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମାବେଶ, ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା, ଓ ବନ୍ଧମିଳନ କାର୍ଯ୍ୟକ୍ରମ ରେ ବରିଷ୍ଠ ସାହିତ୍ୟିକ ଉପେନ୍ଦ୍ର ଦାଶ ଙ୍କ ସଭାପତିତ୍ୟ ରେ ମୁଖ୍ୟ ଅଥିତି ଭାବେ ସୁଶ୍ରୀ ଶୁଭଶ୍ରୀ ର ସମ୍ପାଦିକା ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ, ମୁଖ୍ୟ ବକ୍ତା ଭାବେ ଜ୍ୟୋତି ବିହାର ବିଶ୍ୱବିଦ୍ୟାଳୟ ର ଅଧ୍ୟାପିକା ଡ଼. ସୁନୀତି ଦେବତା ସଂମ୍ମାନିତ ଅଥିତି ଦେବାଶିଷ ଚକ୍ରବର୍ତ୍ତୀ. ଅନୁଷ୍ଠାନ ର ସମ୍ପାଦକ ବାବୁଲାଲ ପଳେଇ ପ୍ରମୁଖ ମଂଚାସୀନ ହୋଇ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସୁ ସାହିତ୍ୟିକ ଓ କବି ଜୀବନ ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି ସଂମାନ ପ୍ରଦାନ କରିଥିଲେ l

ପୂର୍ବରୁ ଅପରାହ୍ନ ସମ୍ବାଦ ପତ୍ର ର ବାଲେଶ୍ୱର ର ଗାନ୍ଧି ସ୍ମୃତି ଭବନ ରେ ଶ୍ରୀଯୁକ୍ତ ମହାରଣା ଙ୍କୁ ସୃଜନଶ୍ରୀ ସଂମାନ ପ୍ରଦାନ କରାଯାଇଛି l ଏହି ସମ୍ବର୍ଦ୍ଧନା ନିମନ୍ତେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ର ସଭାପତି ଡାକ୍ତର ତିରୁପତି ସାହୁ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ, ଶିଶୁ ସାହିତ୍ୟିକ ସୁଶାନ୍ତ କର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଜେନା ପ୍ରମୁଖ ଶ୍ରୀଯୁକ୍ତ ମହାରଣା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି l

ad-week
Leave A Reply

Your email address will not be published.