ଚିତ୍ରକୋଣ୍ଡା ବଡ଼ପଦରରେ ‘ଜେ କେ କ୍ରିକେଟ ଟୁର୍ଣ୍ଣାମେଣ୍ଟ’ ଉଦଯାପିତ: ଆରଏସସି-୧୨ ଦଳ ଚମ୍ପିୟାନ

add-all

ଚିତ୍ରକୋଣ୍ଡା (ମାଲକାନଗିରି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର ପଞ୍ଚାୟତରେ ଯୁବ କ୍ରିକେଟ କମିଟି ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ‘ଜେ କେ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୬’ ଗତକାଲି ସଫଳତାର ସହ ଉଦଯାପିତ ହୋଇଯାଇଛି। ଦୀର୍ଘ ଏକ ସପ୍ତାହ ଧରି ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ଆରଏସସି-୧୨ (RSC 12) ଏବଂ ପଳାସପଦର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆରଏସସି-୧୨ ଦଳ ଚମତ୍କାର ପ୍ରଦର୍ଶନ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।

ଉଦଯାପନୀ ଉତ୍ସବରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବଡ଼ପଦର ସରପଞ୍ଚ ଶ୍ରୀମତୀ ସ୍ୱପ୍ନା ଖିଲ, ସମିତି ସଭ୍ୟା ଶ୍ରୀମତୀ ପ୍ରମିଳା ହନ୍ତାଳ ଏବଂ ସମାଜସେବୀ ଜଗୁ ଦୁରୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ଯୁବକମାନଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତିଭାକୁ ପ୍ରଶଂସା କରିବା ସହ ସୁସ୍ଥ ସମାଜ ଗଠନରେ ଖେଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ପରେ ବିଜୟୀ ଏବଂ ରନର୍ସ-ଅପ୍ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

କମିଟିର ସଦସ୍ୟ ପ୍ରସାଦ ଅନୁପାଲ, ସୋନିଆ ଖେମୁଡୁ, ଲଛମନ ଖେମୁଡ଼ୁ, ବାସୁ ଖରା, ଜୁମୁରା ଖିଲ, ସୁକୁ ମୁଦୁଲି, ସୁକୁ ହନ୍ତାଲ, ଗଙ୍ଗାଧର ଖରା, ଡମ୍ବରୁ ଶିଶା, ସୀତାରାମ ଖିଲ, ସମରା ପାଙ୍ଗି, ଡମ୍ବରୁ ବୁରୁଡ଼ି, ରାଜୁ ଅନୁପାଲ, ସଦନ ଖରା, ସନିଆ ଖରା, ସତ୍ୟରାଓ ସାରୁ, ସାଙ୍କାରାଓ ପାଙ୍ଗି, ଶୁକଦେବ ହନ୍ତାଳ, ଗଙ୍ଗାଧର ମୁଦୁଲି, ଖଗପତି ଖରା, ସୁବା ପାଙ୍ଗି, ରାଜୁ ଖିଲ ଏବଂ ଧନୁର୍ଜୟ ହନ୍ତାଲ ପ୍ରମୁଖଙ୍କ ମିଳିତ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସୂଚାରୁରୂପେ ସମ୍ପନ୍ନ ହୋଇଥିଲା। ଏହି କ୍ରିକେଟ ମହାକୁମ୍ଭକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ଜମିଥିଲା।

ad-week
Leave A Reply

Your email address will not be published.