ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକର୍ କୁ ଓଡିଶା ଭିଜିଲାନ୍ସ ଟିମ ସୋମବାର ଖୋଲିଛି। ସେଥିରୁ ୭୦୩ ଗ୍ରାମ୍ ସୁନା ଠାବ ହୋଇଛି। ଏଯାଏ ମୋଟ୍ ୧୨୫୫ ଗ୍ରାମ୍ ସୁନା ମିଳିଛି। କୁବେର ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ସୁନାର ଖଣି । ବର୍ତ୍ତମାନ ସୁଦ୍ଧା ବାବୁଙ୍କ ଘରୁ ବାହାରିଲାଣି ୧ କେଜିରୁ ଉର୍ଦ୍ଧ୍ବ ଓଜନର ସୁନା। ବେହେରାଙ୍କ ସରକାରୀ ବାସଗୃହରେ ଚଢ଼ାଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦଲିଲ ଓ କାଗଜପତ୍ର ଜବତ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି ଓଡିଶା ଭିଜିଲାନ୍ସ ଟିମ । ବ୍ୟାଙ୍କ ଲକର ଏବଂ ଘରୁ ସମୁଦାୟ ୧.୨୫୫ କିଲୋଗ୍ରାମ ସୁନା ଜବତ କରାଯାଇଛି । ବିପୁଳ ପରିମାଣର ହିସାବ ବିହୀନ ସମ୍ପତ୍ତି ଠାବ ହେବା ପରେ ଏବଂ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ ଗତ ରବିବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଶ୍ରୀ ବେହେରାଙ୍କ ନାମରେ ୫ଟି ବହୁମହଲା ବିଶିଷ୍ଟ କୋଠା ରହିଛି, ଯାହାର ମୋଟ ବିଲ୍ଟ-ଅପ୍ ଏରିଆ ୨୦,୦୦୦ ବର୍ଗଫୁଟରୁ ଅଧିକ ହେବ । ଏହା ମଧ୍ୟରୁ କେବଳ ଭୁବନେଶ୍ୱରରେ ୪ଟି ବିଳାସପୂର୍ଣ୍ଣ କୋଠା ରହିଛି । ଏହା ସହିତ ତାଙ୍କର ୧୪ଟି ମୂଲ୍ୟବାନ ପ୍ଲଟ, ୨.୦୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଅର୍ଥ ଏବଂ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି ।. ତେବେ ସୋମବାର ସୁଦ୍ଧା ତଦନ୍ତ ମଧ୍ୟ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି। ତଦନ୍ତ ଶେଷ ପରେ ଆହୁରି ସମ୍ପତ୍ତି ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି। ଏହି ବଡ଼ଧରଣର ଚଢ଼ାଉରେ ଭିଜିଲାନ୍‌ସ ପୁଲିସର ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୬ ଜଣ ଇନିସପେକ୍ଟର ଏବଂ ଅନ୍ୟ ଭିଜିଲାନ୍‌ସ ପୁଲିସ ସାମିଲ ଅଛନ୍ତି । ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍‌ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରୀ ରହିଛି l

ad-week
Leave A Reply

Your email address will not be published.