ରାଜସୁନାଖଳାରେ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଓ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

add-all

ନୟାଗଡ଼ ,୮/୦୬(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଜିୟୁ ବହୁବିଧ ଉନ୍ନୟନ ପରିଷଦ ଟ୍ରଷ୍ଟ ଦ୍ବାରା ପରିଚାଳିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଜଗନ କୁମାର ନାୟକଙ୍କ ଆବାହକତ୍ୱରେ ସୋମବାର ଦିନ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ମନ୍ଦିର ପରିସରରେ ମହାପ୍ରଭୂ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ଓ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରସ୍ତୁତି ବୈଠକରେ ମନ୍ଦିର ପରିଚାଳନା କମିଟି ର କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ବିଦ୍ୟୁତ ବ୍ୟବସ୍ଥା , କର୍ଡନ ବ୍ୟବସ୍ଥା , ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ସୁବିଧାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଶୃଙ୍ଖଳିତ ଠାକୁର ଦର୍ଶନ ଓ ସ୍ନାନପୁର୍ଣିମା ନୀତି ନିୟମ ଵିଧିପୂର୍ବକ ସମାପନ କରିବାକୁ କମିଟିର ୫୦ ରୁ ଉର୍ଦ୍ଧ ସଦସ୍ୟମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ
ଉପସଭାପତି ବିଜୟ କୁମାର ପ୍ରଧାନ, ଲଷ୍ମୀଧର ଭଞ୍ଜ,ବିଶ୍ୱନାଥ ବେହେରା ଓ ଜୟକୃଷ୍ଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ! ପରିଶେଷରେ ପଣ୍ଡିତ ଗୌର ମୋହନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

ad-week
Leave A Reply

Your email address will not be published.