କୋଟିଆରେ ଆନ୍ଧ୍ର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବିବାଦୟ ବୟାନ, ‘ଓଡ଼ିଶା ବାସିନ୍ଦାଙ୍କୁ ବାନ୍ଧ’

add-all

ପଟ୍ଟାଙ୍ଗି: ଓଡ଼ିଶା ସୀମା ଭିତରେ ପଶି ଆନ୍ଧ୍ରପ୍ରଦେଶର ଆଦିବାସୀ ମନ୍ତ୍ରୀ ଜି ସନ୍ଧ୍ୟାରାଣୀ ଏକ ନୂତନ ସଡ଼କର ଉଦ୍‌ଘାଟନ କଲେ, ନିର୍ଭୟରେ ସାଧାରଣ ସଭା କଲେ। କେବଳ ସଭାନୁହେଁ, ଓଡ଼ିଶା ପୁଲିସ ଓ ସାମ୍ବାଦିକଙ୍କ ବିରୋଧରେ ବିନାଦ୍ବନ୍ଦ୍ବରେ ବିବାଦୀୟ ମନ୍ତବ୍ୟ ଦେଲେ।

ଆନ୍ଧ୍ର ପ୍ରଦେଶର ଆଦିବାସୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ତଥା ସାଲୁର ବିଧାୟିକା ଗୁମ୍ମଡି ସନ୍ଧ୍ୟାରାଣୀ କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁ ଗସ୍ତ କରି ତାଣ୍ଡିଗାରୁ ନେରେଡିବାଲସା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଦ୍‌ଘାଟନ କରିଛନ୍ତି। ଏହାସହ ସ୍ଥାନୀୟ ଲୋକଙ୍କ ସହ ବୈଠକ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି। ତାଙ୍କ ଅଭିଭାଷଣରେ ସିଧାସଳଖ ଓଡ଼ିଶାର ସାମ୍ବାଦିକ ଓ ପୁଲିସକୁ ଅକ୍ଷେପ କରି ମନ୍ତବ୍ୟ ଦେଇଛନ୍ତି। ସୀମାବିବାଦ ସୁପ୍ରିମକୋର୍ଟ ରେ ରହିଥିବା ବେଳେ କୋଟିଆ ରେ ଉଭୟ ରାଜ୍ୟ ସରକାରଙ୍କ ଅଧିକାର ଅଛି କିନ୍ତୁ ଆନ୍ଧ୍ର ସରକାର କୌଣସି କାର୍ଯ୍ୟକ୍ରମ କରିବା ପାଇଁ ଗଲେ ତାକୁ ଓଡ଼ିଶା ପକ୍ଷରୁ ବିରୋଧ କରାଯାଉଛି। ମିଥ୍ୟା ମକଦ୍ଦମା ରୁଜୁ କରି ନିରୀହ ଆଦିବାସୀଙ୍କୁ ଜେଲ ପଠଉଛି । ଏହା ଠିକ୍‌ ନୁହେଁ ବୋଲି କହିବା ସହିତ ମୋର ସଭା ସ୍ଥଳ କୁ କାହିଁକି ଓଡ଼ିଶାର ପୁଲିସ ଆସିଛନ୍ତି ଓ ଓଡ଼ିଶାର ସାମ୍ବାଦିକ କାହିଁକି ଆସି ଫଟୋ ଉଠାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଆମେ କଣ ଓଡ଼ିଶାର କାର୍ଯ୍ୟକ୍ରମକୁ ଯାଉଛୁ କି ବୋଲି ତାଙ୍କ ଅଭିଭାଷଣ ମାଧ୍ୟମରେ କହିଥିଲେ ଏବଂ ଆନ୍ଧ୍ର ସିଆଇଙ୍କୁ ମଞ୍ଚ ଉପରକୁ ଡାକି ଓଡ଼ିଶା ବାସୀଙ୍କୁ ମଧ୍ୟ ହଇରାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବା ବେଳେ, ଆନ୍ଧ୍ରର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଏହି ଗସ୍ତ ଓ କାର୍ଯ୍ୟକ୍ରମ ପୁଣିଥରେ କୋଟିଆ ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛି। ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ମହଳରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି।ଶେଷରେ ମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ଓଡ଼ିଶା ସାମ୍ବାଦିକ ଓ ମନ୍ତ୍ରୀଙ୍କ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀଙ୍କ ସହିତ ସାଲୁର ତହସିଲଦାର ଓ ବିଡ଼ିଓ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.