ଓଡ଼ିଶାରେ ପ୍ରବେଶ କଲା ମୌସୁମୀ

add-all

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ମାଟିରେ ପ୍ରବେଶ କରିଛି। ପହିଲି ରଜର ଦିନକ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କଲା ପରେ ତାପମାତ୍ରା ଏବଂ ଗରମ ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ଉତ୍ତର ଭାଗକୁ ମୌସୁମୀ ଅଗ୍ରସର ହୋଇଛି।
ସୂଚନାଯୋଗ୍ୟ, ସ୍ବାଭାବିକ ସମୟର ୩ ଦିନ ବିଳମ୍ବରେ ଚଳିତ ବର୍ଷ କେରଳମ୍‌ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାକୁ କିନ୍ତୁ ସ୍ବାଭାବିକ ସମୟରେ ମୌସୁମୀ ଆସିପାରେ ବୋଲି ଅନୁମାନ କରାଯାଇ ଥିଲା। ଅର୍ଥାତ୍‌ ଜୁନ୍‌ ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ‌ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଥିଲା। ସାଧାରଣତଃ ଜୁନ୍‌ ୧ରେ କେରଳମ୍‌ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁଥାଏ। ଯଦିଓ ଓଡ଼ିଶାକୁ ମୌସୁମୀ ଆଗମନ ପାଇଁ ‌ମୌସୁମୀର କେରଳମ୍‌ ଆଗମନ ଅପେକ୍ଷା ବଙ୍ଗୋପସାଗରୀୟ ପାଣିପାଗ ଅଧିକ ଗୁରୁତ୍ବପୂର୍ଣ୍ଣ; ତଥାପି ଚଳିତ ଥର କେରଳମ୍‌ ଭଳି ଓଡ଼ିଶାକୁ ମୌସୁମୀର ଆଗମନ ବିଳମ୍ବ ନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଥିଲା
ସେପଟେ ଦେଶରେ ମୌସୁମୀ ଅଗ୍ରସର ହେବାରେ ଲାଗିଛି। କର୍ଣ୍ଣାଟକ, ସମ୍ପୂର୍ଣ୍ଣ ଗୋଆ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କିଛି କିଛି ଅଞ୍ଚଳ, ତାମିଲନାଡୁ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଅଂଧିକାଂଶ ଅଞ୍ଚଳ, ସମ୍ପୂର୍ଣ୍ଣ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ମିଜୋରାମ, ମଣିପୁରର କିଛି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଛି।

ad-week
Leave A Reply

Your email address will not be published.