ଚାଲିଲା ଶିଶୁଶ୍ରମ ନିରାକରଣ ରଥ

add-all

ଭୁବନେଶ୍ୱର: ଶିଶୁ ଶ୍ରମିକ ନିୟୋଜନ ଏକ ଅପରାଧ ବୋଲି ଲୋକଙ୍କୁ ସଚେତନ କରାଇବା ନିମନ୍ତେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏକ ପୋଷ୍ଟର ଓ ଶିଶୁଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଜୁନ୍‌ ୨୬ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବ।
ଆଜି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ (ୱାର୍ଲ୍ଡ ଡେ ଅଗେନ୍‌ଷ୍ଟ ଚାଇଲ୍ଡ ଲେବର୍) ଅବସରରେ, ଖାରବେଳ ନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଡିତ ହୋଇଥିଲା। ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍ ଅତିଥି ଭାବେ ଯୋଗ ଦେଇଥିଲେ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ, ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ର କଠୋର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଶିଶୁ ଶ୍ରମିକ ପ୍ରଥା ଦୂରୀକରଣ ଏକ ବହୁ-ସ୍ତରୀୟ ପ୍ରୟାସ, ତେଣୁ ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଆବଶ୍ୟକ। ଶିଶୁ ଅଧିକାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହିତ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯାଇଛି।
ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠୀ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଜିଲ୍ଲା ସ୍ତରରେ ରାଲି, ପ୍ରବର୍ତ୍ତନ ଅଧିକାରୀ ମାନଙ୍କ ବୈଠକ, ଚଢ଼ାଉ ଓ ଉଦ୍ଧାର କାର୍ଯ୍ୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଶ୍ରମ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସଚେତନ କରିବା ଭଳି କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ଏହି ସଚେତନତା ଅଭିଯାନକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବିଶୟରେ ଅବଗତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର, କମ୍ୟୁନିଟି ରେଡିଓ ଆସୋସିଏସନ୍, ଇଣ୍ଟରନ୍ୟାସନାଲ୍ ଜଷ୍ଟିସ୍ ମିଶନ୍, ରୁଚିକା ସୋସିଆଲ୍ ସର୍ଭିସ୍ ଅର୍ଗାନାଇଜେସନ୍ ଏବଂ କ୍ୟାମ୍ପେନ୍ ଅଗେନ୍‌ଷ୍ଟ ଚାଇଲ୍ଡ ଲେବର୍ (ସିଏସିଏଲ୍) ର ପ୍ରତିନିଧିମାନଙ୍କ ସହ ଶ୍ରମ ନିର୍ଦ୍ଦେଶାଳୟ ଏବଂ ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ, ଖୋର୍ଦ୍ଧାର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.