ଧଣ୍ଡା ଯାତ୍ରା ରଜ ମହୋତ୍ସବକୁ ନେଇ ଉତ୍ସବ ମୁଖର ରାଜସୁନାଖଳା

add-all

ନୟାଗଡ଼ (ନିସର୍ତ୍ତ) : ଓଡ଼ିଶାରେ ୧୨ ମାସରେ ୧୩ପର୍ବ ପାଳନ କରାଯାଇ ଥାଏ। ଏହି ପର୍ବ ମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ରଜ ପର୍ବ। ଜ୍ୟେଷ୍ଠମାସ ମଧ୍ୟ ଭାଗରେ ଓଡ଼ିଶାରେ ରଜପର୍ବ ଅନୁଷ୍ଠିତ ହୋଇଥାଏ l ରଜପର୍ବ ୪ଦିନ ଧରି ଚାଲୁ ରହିଥାଏ l ପହିଲି ରଜ, ରଜ ସଂକ୍ରାନ୍ତି, ଭୂମୀ ଦହନ ବା ଭୂଦାହ ଓ ବସୁମତୀ ସ୍ନାନ l  ଏହି ୪ଦିନ ଓଡ଼ିଶାର ପୁରପଲ୍ଲୀ ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଆଡେ ଉତ୍ସବ ମୁଖର ହୋଇ ଉଠିଥାଏ l ରଜ ପର୍ବ ବିଶେଷ ଭାବରେ ଝିଅ ମାନଙ୍କ ପର୍ବ ହୋଇ ଥିବାରୁ ଏହି ୪ଦିନ ସମସ୍ତ ଓଡ଼ିଆ ହିନ୍ଦୁ ପରିବାରର ଝିଅମାନେ ନିଜକୁ ସଜାଇ ହୋଇ ବେଶ୍ ଆକର୍ଷଣୀୟ ଦେଖା ଯାଇଥାନ୍ତି l ଘରେ ପିଠାପଣାରେ ପୁରୀ ଉଠିଥାଏ l ବହୁ କିସମର ସୁଆଦିଆ ପିଠା ଆରିସା, କାକରା ,ମଣ୍ଡା, ଚକୁଳି, ଭାଙ୍ଗ ଚକୁଳି ସହିତ ପୋଡପିଠା ଏବଂ ରଜ ପାନ ସବୁଠୁ ରଜରେ ଆକର୍ଷଣୀୟ କରିଥାଏ। ରଜ ସମୟରେ ୪ଦିନ ଧରି ଚାଷୀ ନିଜର ଚାଷ କାର୍ଯ୍ୟ ପରିତ୍ୟାଗ କରିଥାଏ । କାରଣ ଏହି ୪ ଦିନ ବସୁଧା ମା ରଜବତୀ ହୋଇଥାନ୍ତି ।

ଓଡ଼ିଶାର ପ୍ରଥା, ପରମ୍ପରା ଓ ଐତିହ୍ୟ ସଂସ୍କୃତିକୁ ବଜାୟ ରଖିବା ପାଇଁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ମା ଦକ୍ଷିଣ କାଳି ରଜ କମିଟି ପକ୍ଷରୁ ରଜ ପଡିଆ ଠାରେ ସଭାପତି ସମ୍ଭ୍ରାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଧଣ୍ଡା ଯାତ୍ରା ରଜ ମହୋତ୍ସବ ପାଳନ ହେବାକୁ ଯାଉଅଛି । ଏହି ଅବସରରେ ପହିଲି ରଜ ଠାରୁ ୩ଦିନ ଧରି ଧଣ୍ଡା ଯାତ୍ରା ଗ୍ରାମ ପରିକ୍ରମା କରିବା ସହିତ ସନ୍ଧ୍ୟାରେ ସାଂସ୍କୃତିକ ମଞ୍ଚରେ ସ୍ଥାନୀୟ ଯୁବ କଳାକାର ମାନଙ୍କ ଦ୍ବାରା ସାମାଜିକ ନାଟକ ପରିବେଷଣ କରାଯିବ। ଏବଂ ଶେଷ ରଜ ଦିନ ବିରାଟ ପଟୁଆରରେ ଧଣ୍ଡା ଯାତ୍ରା କରାଯାଇ ସନ୍ଧ୍ୟା ସମୟରେ ଅତାସବାଜି ପ୍ରଦର୍ଶନ କରାଯିବା ନେଇ ସେକ୍ରେଟାରୀ ଲକ୍ଷ୍ମୀଧର ବେହେରା ଓ କ୍ୟାସୀୟର ମାନସ କୁମାର ସାହୁ କମିଟି ପକ୍ଷରୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.