
କୋମାରେ ରାଜସ୍ୱ ବିଭାଗ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଧିନରେ ଥିବା ବିଭିନ୍ନ ଗ୍ରାମରୁ ମୋରମ ମାଫିଆ ମାନଙ୍କ ଆତଙ୍କ ରାଜ ବଢ଼ିବାରେ ଲାଗିଛି। ଆସିକା ରେ ବର୍ତ୍ତମାନ ମାତିଛନ୍ତି ମାଟି ମାଫିଆ ମାନେ ସଞ୍ଜ ନଇଁଲେ ହାଇୱା ଓ ଟିପର ରେ ମୋରମ ଓ ମାଟି ଲୁଟ କରି ପ୍ଲଟିଙ୍ଗ ହେଉଥିବା ଜମିରେ ଢ଼ାଳୁଛନ୍ତି। ଅଧିକାଂଶ କରି କୋଟିନଡ଼ା, ଭେଟନଇ, ଗୁଣ୍ଠ ପଡା, କାଳଷଣ୍ଢପୁର, ବରଗାଁ ଆଦି ଅଞ୍ଚଳରୁ ରାତି ତମାମ ମୋରମ ଲୁଟ ହେଉଛି। ଜମି ମାଫିଆ ମାନେ ଶାଗମାଛ ଦରରେ ଜମି କ୍ରୟ କରିବା ପରେ ଘରବାରୀ ପଟ୍ଟା କରି ସେହି ଖାଲୁଆ ଜମିକୁ ପୋତିବା ପାଇଁ ମୋରମ ମାଫିଆ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇ ପ୍ରଶାସନ ଓ ସ୍ଥାନୀୟ ନେତାଙ୍କ ମୁହଁ ବନ୍ଦ କରି ନିଜ ଜମିରେ ମୋରମ ପକାଇ ଭର୍ତ୍ତି କରୁଥିବା ଅଭିଯୋଗ ହୋଇ ଆସୁଛି। ପ୍ରଶାସନ ର ମୁହଁ ବନ୍ଦ କରି ମୋରମ ମାଫିଆ ମାନେ ଖଣିଜ ଦ୍ରବ୍ୟ ଲୁଟ କରୁଥିବା ଚର୍ଚ୍ଚା ହେଉଛି।
