ନୟାଗଡ ଜିଲ୍ଲା ଜିଲ୍ଲା ପରିଷଦ ୧ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ

add-all

ନୟାଗଡ: ନୟାଗଡ଼ ଜିଲ୍ଲା ପରିଷଦ ଓଡ଼ଗାଁ ୧ ନମ୍ବର ଜୋନ ସ୍ତରୀୟ କଂଗ୍ରେସ ସାଙ୍ଗଠନିକ ବୈଠକ ତଥା କଂଗ୍ରେସ କର୍ମୀ ସମ୍ମିଳନୀ ସ୍ଥାନୀୟ କୁରାଳ ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଅଛି।ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଙ୍ଗଠନିକ ପୁନର୍ବିନ୍ୟାସ ପରିପ୍ରେକ୍ଷୀରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ ଯୋଗଦେଇ ପଞ୍ଚାୟତ ସ୍ଥାନୀୟ ବୈଠକ କରାଯାଇ ପଞ୍ଚାୟତ କଂଗ୍ରେସ କମିଟି ଗଠନ ଉପରେ ଗୁରୁତ୍ବ ଦେଇ ଆଗାମୀ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତରେ କର୍ମୀ ସମ୍ମିଳନୀ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ବିଭିନ୍ନ ପଞ୍ଚାୟତରେ ଯେଉଁ କଂଗ୍ରେସ ସମର୍ଥକ ନେତାମାନେ ଅନ୍ୟଦଳକୁ ଯାଇଛନ୍ତି ସେମାନଙ୍କୁ ପୁଣିଥରେ କଂଗ୍ରେସ ଦଳକୁ ଫେରାଇ ଆଣିବାକୁ ଆଲୋଚନା ହୋଇଥିଲା ।ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଏଲଏ – ୱାନ ଲକ୍ଷ୍ମୀଧର ତ୍ରିପାଠୀ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ସମସ୍ତ ଦଳୀୟ କର୍ମୀ ନିଜନିଜ ଗ୍ରାମରେ ସଚେତନତା ସୃଷ୍ଟି କରାଇବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ ।ଆଗାମୀ ପଞ୍ଚାୟତ , ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେପି ସହିତ କଂଗ୍ରେସର ସିଧାସଳଖ ଲଢେଇ ପାଇଁ କଂଗ୍ରେସର ସାଙ୍ଗଠନିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ବ ଦେବାପାଇଁ ଉପସ୍ଥିତ ବିଭିନ୍ନ ପଞ୍ଚାୟତର କଂଗ୍ରେସ ନେତୃତ୍ୱ ମାନେ ଆଲୋଚନା କରିଥିଲେ।ଏଥିପାଇଁ ଏହାର ପ୍ରାରମ୍ଭିକ ବୈଠକ କୁରାଳ ବାଗଦେବୀ ପୀଠରେ ଆରମ୍ଭ ହୋଇଛି ।ଏହି ବୈଠକରେ ୧ ନମ୍ବର ଜୋନ ଅନ୍ତର୍ଗତ ୯ଟି ପଞ୍ଚାୟତର ପ୍ରମୁଖ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଆଗାମୀ ନିର୍ବାଚନ ରଣନୀତି ବିଷୟରେ ମତ ରଖିଥିଲେ । ଡିସିସି କିଶାନ ସେଲ ସଭାପତି ବସନ୍ତ କର , ପୂର୍ବତନ ଜୋନ ସଭାପତି ନିରଞ୍ଜନ ତ୍ରିପାଠୀ, ଡିସିସି ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ଭାଗିରଥି ନାୟକ, ଯୋଗେନ୍ଦ୍ର ଗୌଡ, ପ୍ରଭାତ ଦଳେଇ, ଅକ୍ଷୟ ପ୍ରଧାନ, ବିଜୟ ଡାକୁଆ, ଡିସିସି ସମ୍ପାଦକ ପୀତବାସ ପାଢୀ, କରୁଣାକର ନାୟକ ଓଡ଼ଗାଁ କଂଗ୍ରେସ ସଭାପତି ବିଭୂତି ରାଉତ, ଯୁବନେତା ମନୋଜ ଖଟେଇ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଦିଲ୍ଲୀପ ବିଶୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.