

ପୁଣି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଚର୍ଚ୍ଚା ରେ…..!
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ରୂପେ ପରିଚିତ ଆସିକା ସହର। ଆସିକା ଅଞ୍ଚଳରେ ଥିବା ଏ.ସି.ଏମ.ପି.ସି.ଏସ ର ବହୁ ମୂଲ୍ୟବାନ ଜମିକୁ ଆସିକା ଅଞ୍ଚଳର କିଛି ଦଲାଲ ନିଜ ନାମରେ ଦସ୍ତାବିଜ କରି ବିକ୍ରି ପାଇଁ ମସୁଧା ଚଳେଇଥିବା ଚର୍ଚ୍ଚା ଜୋର ଧରିଛି। କିଛି ପ୍ରଭାବ ଶାଳୀ ଜମି ମାଫିଆ ମାନେ ଶାଗ ମାଛ ଦରରେ ଏହି ଜମି କ୍ରୟ କରିବା ପାଇଁ ଖସଡା ପ୍ରସ୍ତୁତ କରିଥିବା ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଥାଉକି ଆସିକା ACMPCS ର ବହୁ ମୂଲ୍ୟବାନ ଜମିକୁ ଶାଗ ମାଛ ଦରରେ ଅତି ଚତୁରତା ସହ ତତ୍କାଳୀନ ଜିଲ୍ଲାପାଳ ଙ୍କୁ ଚକମା ଦେଖାଇ ନିଜ ଫାର୍ମ ନାଁ ରେ ନେଇଥିବାର ନଜିର ରହିଛି। ବର୍ତ୍ତମାନ ପୁଣି ବହୁ ମୂଲ୍ୟବାନ ଜମିର କାଗଜ ପତ୍ର କରିଥିବା ବ୍ୟକ୍ତିଙ୍କୁ ନିଜ ଅକ୍ତିଆର କୁ ଆଣି ବହୁମୂଲ୍ୟବାନ ଜମି ହଡପ ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା । ଆସିକା ACMPCS ର ବହୁ ମୂଲ୍ୟ ବାନ ଜମି କୁ କବିସୂର୍ଯ୍ୟନ ଗର ଓ ଆସିକା ଅଞ୍ଚଳ ର ଜଣେ ଜମି ମାଫିଆ ସରକାରୀ କଳକୁ କଞ୍ଚା ହଳଦୀ ଯୋଗାଇ ଶାଗ ମାଛ ଦରରେ ଜମି ଗୁଡିକୁ ୩୦ ବର୍ଷ ଓ ୯୯ ବର୍ଷ ପାଇଁ ଲିଜ ନେଇଥିବା ଆଲୋଚନା ହୋଇ ଆସୁଛି। ଏହି କରିତକର୍ମା ବ୍ୟକ୍ତିଙ୍କ ହାତ ପୁରା ଲମ୍ବା ୟାଙ୍କ ହାତରେ ଆଇ.ପି.ଏସ ଓ ଆ.ଇ.ଏସ୍ ର କିଛି ଅଧିକାରୀ ଙ୍କ ଆଶୀର୍ବାଦ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ସୂଚନା ଥାଉକି ଜମି କୁ ସରକାର ଏବଂ ପ୍ରଶାସନ ମିଳିତ ଉଦ୍ୟମ ରେ କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି କୁ ଶାଗ ମାଛ ଦରରେ କିଛି ମନ୍ଦ ଉଦେଶ୍ୟ ରେ ଲିଜ ଦିଆଗଲା ଏବଂ ଏହାର କାରଣ ଥିଲା ଭିର୍ଣ୍ଣ l କିନ୍ତୁ ବର୍ତମାନ ସେହି ଜମିକୁ ପୌତ୍ରିକ ସମ୍ପଦ ଭାବରେ ଅନ୍ୟ କ୍ଷେତ୍ରରେ ବିନିଯୋଗ ହେଉଛି ଏବଂ ଲିଜ ଜମିକୁ ପୁଣି କିପରି ଲିଜ ଦିଆ ଯାଉଛି ତାହା ତଦନ୍ତ ସାଫେକ୍ଷ୍ୟ l ଗଞ୍ଜାମ ଜିଲ୍ଲାର ଅନେକ ମୂଲ୍ୟବାନ ଜମି କୁ ଲିଜ ଦିଆ ଯାଉଛି ମାଫିଆ ମାନଙ୍କୁ ଏହା ମଧ୍ୟ ସରକାର ଙ୍କ ଦ୍ଵାରା ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ଦାବୀ ବାଢିଲେଣି ନଚେତ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ l ତେଣୁ ରାଜ୍ୟ ସରକାର ଏଥି ପ୍ରତି ଯତ୍ନବାନ ହେବାକୁ ସାଧାରଣ ରେ ଦାବୀ ହେଉଛି l
