ଟେକଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ…

add-all

ମାଲକାନଗିରି :ମାଲକାନଗିରି ଜିଲ୍ଲା ଜିଲ୍ଲା ସଦର ମହକୁମାକୁ ବାଲିମେଳା ସହ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସ୍ଥିତ ଟେକଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ ଓଲୋଟି ପଡିଥିବା ଦେଖିବାକୁ ମିଳିଛି। ସୁଚନା ଅନୁଯାୟୀ ମଙ୍ଗଳବାର ଭୋର ସମୟରେ ଉମରକୋଟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପୁଅ ସହ ବାଲିମେଳା ରୁ ମାଲକାନଗିରି ଅଭିମୁଖେ ନିଜ ବୋଲେରୋ ମାକ୍ସ ପିକଅପ୍ ଗାଡିରେ ଫେରୁଥିବା ବେଳେ ଟେକଗୁଡା ନିକଟରେ ଅଚାନକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଦୁର୍ଘଟଣା ସ୍ଥଳରେ ଗାଡିଟି ଓଲୋଟି ଯାଇଥିବାରୁ ଗାଡି ମାଲିକଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ଅନ୍ୟପଟେ ବାଲିମେଳା ଓ ମାଲକାନଗିରି ମୁଖ୍ୟ ରାସ୍ତାରେ ରହିଥିବା ମୋଡ ସମେତ ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସଂକେତ, ରାସ୍ତାର ଚିହ୍ନ, ମୋଡ଼ରେ ରହିଥିବା ବ୍ୟାରିକେଡ ଗୁଡିକ ନଷ୍ଟ ହୋଇଯାଇଥିବାରୁ ଲଗାତାର ଭାବେ ଦୁର୍ଘଟଣା ବଢିବାରେ ଲାଗିଛି। ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ସଂକେତ, ରାସ୍ତାର ଚିହ୍ନ, ମୋଡ଼ରେ ରହିଥିବା ବ୍ୟାରିକେଡ ଗୁଡିକ ମରାମତି ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.