ଡୁରାରେ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ

add-all

ଛତ୍ରପୁର(୧୬/୦୬) : ‘ବିକାଶର ଧାରା, ଓଡ଼ିଶା ସାରା’ ପରିପ୍ରେକ୍ଷୀରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକର ଡୁରା ପଞ୍ଚାୟତରେ ଆୟୋଜିତ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ କରିବାର ସଙ୍କଳ୍ପକୁ ଆହୁରି ସୁଦୃଢ କରାଯାଇଛି।

ଜିଲ୍ଲାର ସ୍ୱଚ୍ଛତା ମାସ୍କଟ୍ “କୃଷ୍ଣ” ସହିତ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ-କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସମ୍ମିଳିତ ଭାବେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ ।

ସପ୍ତାହର ପ୍ରତି ମଙ୍ଗଳବାର ଦିନ ଏହି ମହତ୍ କାର୍ଯ୍ୟରେ ସକ୍ରିୟ ଯୋଗଦାନ କରି ଗଞ୍ଜାମ ଜିଲ୍ଲାକୁ ସାରା ଦେଶରେ ସ୍ୱଚ୍ଛତାର ଶୀର୍ଷସ୍ଥାନରେ ପହଞ୍ଚାଇବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସ୍ୱଚ୍ଛ ଗଞ୍ଜାମ, ସୁସ୍ଥ ଗଞ୍ଜାମ ଆମ ସମସ୍ତଙ୍କର ଦାୟିତ୍ୱ।

ad-week
Leave A Reply

Your email address will not be published.