
କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ବିକାଶ ପ୍ରତି ଅବହେଳା ପ୍ରତିବାଦରେ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ। ଇଞ୍ଜିନିୟରିଂ କଲେଜ,କୃଷି କଲେଜ, ନର୍ସିଂ କଲେଜ ଏବଂ ଶିଳ୍ପାୟନ ପ୍ରତିଷ୍ଠା ଦାବି କରିବା ସହିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଦାବି। କଣ୍ଟାବାଞ୍ଜି ଟ୍ରକ ମାଲିକ ସଂଘ ର ଆହ୍ୱାନ କ୍ରମେ କଣ୍ଟାବାଞ୍ଜି ର ବିଭିନ୍ନ ସଂଗଠନ ପକ୍ଷରୁ ପୂର୍ଣ୍ଣ ସମର୍ଥନ। ସକାଳ ୬ ଘଟିକା ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ। ବିଭିନ୍ନ ସରକାରୀ ଓ ବେସରକାରୀକାର୍ଯ୍ୟାଳୟ ,ଦୋକାନ ବଜାର ବନ୍ଦ ଜରୁରୀକାଳୀନ କାର୍ଯ୍ୟକୁ ବନ୍ଦ ରୁ ବାଦ ଦିଆଯାଇଛି।
ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଚାଲିଛି ଏହି ବନ୍ଦ ପାଳନ । ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ, କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ବନ୍ଦରେ ୨୦ରୁ ଅଧିକ ସଙ୍ଗଠନ ସାମିଲ ହୋଇଛି । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଜିଲ୍ଲା ସଂଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
