
ବିଧାନସଭା କ୍ଷେତ୍ର ଭିତ୍ତିକ ଡିଜିଟାଲାଇଜେସନରେ ୭୩.୯୨ ପ୍ରତିଶତ ସହ ସୋରଡା ଶୀର୍ଷରେ ରହିଛି
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ପ୍ରାୟ ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଥିବାରୁ ଏବେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ଫୋକସ୍ ଡିଜିଟାଇଜେସନ ଉପରେ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୫,୮୧,୫୬୩ଟି ଫର୍ମ ଡିଜିଟାଲାଇଜ କରାଯାଇଥିବା ବେଳେ ଏହା ମୋଟ ଫର୍ମର ୫୨.୭୨ ପ୍ରତିଶତ ଅଟେ । ସେଥିମଧ୍ୟରୁ ୧୫,୮୦,୯୫୩ଟି ଫର୍ମ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଯାଞ୍ଚ କରାଯାଇସାରିଛି । ଜିଲ୍ଲାର ଡିଜିଟାଇଜେସନ ପ୍ରତିଶତ ରାଜ୍ୟ ତୁଳନାରେ ପ୍ରାୟ 10 ପ୍ରତିଶତ ଅଧିକ ଅଟେ । ଏହା ସତ୍ତ୍ୱେ ଡିଜିଟାଇଜେସନ ପ୍ରକ୍ରିୟାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ସମ୍ପୃକ୍ତ ସମସ୍ତଙ୍କୁ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ପରାମର୍ଶ ଦେଇଛନ୍ତି ।
ବିଧାନସଭା କ୍ଷେତ୍ର ଭିତ୍ତିକ ଡିଜିଟାଲାଇଜେସନରେ ସୋରଡା ୭୩.୯୨ ପ୍ରତିଶତ ସହ ଶୀର୍ଷରେ ରହିଛି। ଏହା ପଛକୁ କବିସୂର୍ଯ୍ୟନଗର (୬୧ ପ୍ରତିଶତ) ଓ ଭଞ୍ଜନଗର (୬୦.୨୩ ପ୍ରତିଶତ) ରହିଛନ୍ତି।
ଏହି ଡିଜିଟାଇଜେସନ ପ୍ରକ୍ରିୟା ଶେଷ ହେବା ପରେ, ଭୋଟର ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏହାପରେ ଏକ ତ୍ରୁଟିଶୂନ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଆସନ୍ତା ୨୮ ଜୁନ ୨୦୨୬ ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ଅଞ୍ଚଳରେ ଘରକୁ ଘର ବୁଲି କାର୍ଯ୍ୟ କରୁଥିବା ବି ଏଲ ଓ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମୟସୀମା ପୂର୍ବରୁ ଫର୍ମ ଦାଖଲ କରିବା ପାଇଁ ଜିଲ୍ଲାର ଭୋଟରମାନଙ୍କୁ ଜିଲ୍ଲପାଳ ଅନୁରୋଧ କରିଛନ୍ତି ।
