ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ, ରହିଛି ୧୬୭୮ ବନାନଗତ ଭୁଲ

add-all

ଭୁବନେଶ୍ୱର : ଭୁଲ୍ ପଢୁଛନ୍ତି ଆଉ ଭୁଲ ଦେଖୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ । ବହିରେ ରହିଛି ୧୬୭୮ ବନାନଗତ ଭୁଲ । ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକାଧିକ ପାଠ୍ୟପୁସ୍ତକ ଗୁଡ଼ିକରେ ବ୍ୟାପକ ବନାନ ଓ ତଥ୍ୟଗତ ତ୍ରୁଟି ଦେଖିବାକୁ ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାନ, ସାମାଜିକ ବିଜ୍ଞାନ, କୌଶଳ ବୋଧ, ଖେଳ ଶିକ୍ଷା ଓ କୃତି ଭଳି ପ୍ରମୁଖ ବହିଗୁଡ଼ିକରେ ଏହି ସବୁ ଭୁଲ୍ ଚିହ୍ନଟ କରାଯାଇଛି । ସାମାଜିକ ବିଜ୍ଞାନ ପୁସ୍ତକରେ ଓଡ଼ିଶା ବିଧାନସଭା ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ରହିଛି ।

ସେହିଭଳି ବିଜ୍ଞାନ ବହିରେ ‘ତାପନ’ ସ୍ଥାନରେ ‘ତାପୀଣ’, ଖେଳ ଶିକ୍ଷା ବହିରେ ‘ଜଟିଳ’ ଜାଗାରେ ‘କୁଟଳି’ ଏବଂ କୃତି ପୁସ୍ତକରେ ପ୍ରସିଦ୍ଧ ଗାୟିକା ‘ସୁନନ୍ଦା ପଟ୍ଟନାୟକ’ଙ୍କ ନାମ ‘ସନନ୍ଦା’ ବୋଲି ଭୁଲ ଭାବେ ଛପାଯାଇଛି । ପାଠ୍ୟପୁସ୍ତକଗୁଡ଼ିକରେ ଥିବା ଏଭଳି ୧୬୭୮ ତ୍ରୁଟିକୁ ସଂଶୋଧନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସଂଶୋଧନ ତାଲିକା ଜାରି କରାଯାଇଛି । ଦିନକ ପରେ ସରକାରୀ ସ୍କୁଲ ଖୋଲିବ । ଆଉ ଏହାର ଠିକ୍ ପୂର୍ବରୁ ପାଠ୍ୟ ପୁସ୍ତକ ସବୁ ବଣ୍ଟନ କରାଯାଇସାରିଛି । ପାଠ୍ୟପୁସ୍ତକରେ ମାଳ ମାଳ ଭୁଲକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ମୁଦ୍ରଣ ଜନିତ ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଖୁବଶୀଘ୍ର ଏହି ତ୍ରୁଟିର ସଂଶୋଧନ କରାଯିବ ବୋଲି ସେ କହିଛନ୍ତି ।

ad-week
Leave A Reply

Your email address will not be published.