ଦୁଇ ୧୮ ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

add-all

ସୁନ୍ଦରଗଡ଼: ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇଟି ୧୮ ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଦୁଇଟି ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

ସୂଚନା ଅନୁସାରେ, ଗୋଟିଏ ଟ୍ରଲର ଡିଭାଇଡର ଭାଙ୍ଗି ଅନ୍ୟ ରୁଟରେ ଚଢ଼ି ଆଉ ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଦୁଇଟି ଗାଡ଼ିରେ ତୁରନ୍ତ ଆଗ୍ନିକାଣ୍ଡ ଘଟିଯାଇଥିଲା । ଘଟଣାସ୍ଥଳରେ ଦୁଇ ଡ୍ରାଇଭର ଗାଡ଼ି ଭିତରେ ଫସି ଯାଇଥିବାରୁ ସେମାନେ ବାହାରି ପାରିନଥିଲେ ଏବଂ ଦୁଃଖଦ ଭାବେ ଜୀବନ୍ତ ଜଳି ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣା କଇଁତରା ବିଜୁ ଏକ୍ସପ୍ରେସୱେ ଉପରେ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଶୋକର ଛାୟା ପଡ଼ିଛି । ଘଟଣା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଓ ପୋଲିସ ଦଳ ପହଞ୍ଚି ଆଗୁନ ନିୟନ୍ତ୍ରଣ କରିଛନ୍ତି ।

ad-week
Leave A Reply

Your email address will not be published.