ଟ୍ରକ ପଛରେ ପିଟି ହେଲା ବାଇକ୍, ୨ ମୃତ

add-all

ବରଗଡ଼ : ଟ୍ରକ ପଛପଟେ ପିଟି ହୋଇଗଲା ବାଇକ୍ । ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ମୃତକ ଦୁଇ ଜଣ ସମ୍ବଲପୁର ଡୁଙ୍ଗୁରିପଡାର ସୌମ୍ୟ ରଞ୍ଜନ ଖମାରୀ ଏବଂ ସଦର ଥାନା ଅଞ୍ଚଳର ଗୋପବନ୍ଧୁ ପରିଡ଼ା  ।  ଟ୍ରକଟି ଖରାପ ହୋଇ ରାସ୍ତା ମଝିରେ ଛିଡ଼ା ହୋଇଥିବାବେଳେ ବାଇକ ଆରୋହୀ ଦୁଇ ଜଣ ସେହି ରାସ୍ତା ଦେଇ ଯାଉଥିବାବେଳେ ଟ୍ରକ ପଛପଟେ ପିଟି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି ଟ୍ରକ ଓ ମୋଟରସାଇକେଲକୁ ଜବତ କରାଯାଇଛି।  ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ସେହିପରି ଆଜି ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇଟି ୧୮ ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଦୁଇଟି ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

ad-week
Leave A Reply

Your email address will not be published.