ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

add-all

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ମଧ୍ୟ କୁହାଯାଉଥିଲା। ଶୁକ୍ରବାର ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ଚରମବାଣୀ ଯାହାକି ବିଶ୍ଵ ବଜାରରେ ତୈଳ ସଙ୍କଟ ପୁଣି ପ୍ରଭାବ ପଡିବାର ସମ୍ଭାବନା ସୃଷ୍ଟି ହୋଇପାରେ। ଟ୍ରମ୍ପ ଏମଓୟୁ ଚୂଡ଼ାନ୍ତ ନୁହେଁ କହି ଚେତାବନୀ ଦେଲେ ଟ୍ରମ୍ପ।ଯଦି ଇରାନ୍ ଠିକ୍ ବ୍ୟବହାର ନ କରେ ତାହେଲେ ପୁଣି ଯୁଦ୍ଧ ବୋଲି କହିଲେ ଟ୍ରମ୍ପ। ଆମେରିକା ପୁଣି ବୋମା ବର୍ଷଣ କରିବାକୁ ପଛାଇବନି ବୋଲି ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି। ଇରାନ ୪୭ ବର୍ଷ ହେଲାଣି ସେମାନେ ଆମକୁ ଅପମାନିତ କରି ଆସୁଛି ଟ୍ରମ୍ପ କହିଛନ୍ତି।

ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧକୁ ଶେଷ କରିବା, ଷ୍ଟ୍ରେଟ ଅଫ ହର୍ମୁଜକୁ ଖୋଲିବା ଓ ତେହରାନର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ପୁଣି ଆଲୋଚନା କରିବା ପାଇଁ ଆମେରିକା ଓ ଇରାନ ଗୋଟିଏ ଶାନ୍ତି ପ୍ରସ୍ତାବ ଉପରେ ସହମତି ହୋଇଥିଲେ।ଦୁଇ ଦେଶ ଶାନ୍ତି ଚୁକ୍ତିରେ ଦସ୍ତଖତ କରିବାକୁ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ । ଏଥିସହ ଜୁନ ୧୯ରେ ବିଧିବଦ୍ଧ ଭାବେ ଦୁଇ ଦେଶ ଶାନ୍ତି ଚୁକ୍ତିରେ ଦସ୍ତଖତ କରିବେ ବୋଲି କୁହାଯାଉଛି। ଏହି ଚୁକ୍ତି ପରେ ପୂରା ବିଶ୍ୱରେ ସୃଷ୍ଟି ହୋଇଥିବା ତୈଳ ଯୋଗାଣ ସଙ୍କଟ ଦୂର ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

ad-week
Leave A Reply

Your email address will not be published.