ଆସିକା ଠାରେ ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ବୈଠକ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ବୈଠକ ଆସିକା କାଳଷଣ୍ଢପୁର ସ୍ଥିତ ମେରୁମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ।ଆସିକା ଠିକାଦାର ସଂଘ ପକ୍ଷରୁ ଡକାଯାଇଥିବା ବୈଠକ ରେ ଜିଲ୍ଲାର ସମସ୍ତ ବ୍ଲକର ଶତାଧିକ ଠିକାଦାର ଏହି ବୈଠକ ରେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ସମସ୍ୟା ହେଲା ଅତ୍ୟଧିକ ଲେସ ରେଟ (ସେଡ୍ୟୁଲ) ରେ ସରକାରୀ କାମ ନନେବା, ଠିକାଦାର ମାନଙ୍କ ଭିତରେ ବୁଝାମଣା ଭିତ୍ତି ରେ ସରକାରଙ୍କ ଧାର୍ଯ୍ୟ ଦରରେ କାମ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଠିକାଦାର ମାନେ ସାଂପ୍ରତିକ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ବ ପୂର୍ଣ୍ଣ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲାର କିଛି ବ୍ଲକ ରେ ଅନ୍ୟ ବ୍ଲକ ର ଠିକାଦାର ଙ୍କୁ ଟେଣ୍ଡର ପ୍ରକ୍ରିୟାରେ ସୁଯୋଗ ନ ଦେବା ଯୋଗୁଁ ବୈଠକରେ ଠିକାଦାର ମାନେ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟିଦେବା କୁ ଦାବି କରିଥିଲେ । ସରକାର ଆଗାମୀ ଦିନରେ ଠିକାଦାର ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ନ ଦେଲେ ରାଜ୍ୟ ଠିକାଦାର ସଂଘ ଧାରଣାରେ ବସିବ ବୋଲି ସଂଘର ବରିଷ୍ଟ ସଭ୍ୟ ମାନେ ମତ ରଖିଥିଲେ।

ad-week
Leave A Reply

Your email address will not be published.