ଆଲିପୁର ପଥରା ବେଆଇନ ବାଲି ଘାଟରୁ ପ୍ରଶାସନ ନାଁ ରେ ଅର୍ଥ ଆଦାୟ ଚାଲିଛି ….!

add-all

ମାଫିଆ ମାନଙ୍କ ହାତରେ ବଟି ଆଦାୟ କରୁଛି କିଏ ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ଆଲିପୁର ନିକଟସ୍ଥ ପଥରା ବେଆଇନ ବାଲି ଘାଟରୁ ସହ ସହ ଟ୍ରାକ୍ଟର ରେ ବାଲି ଚାଲାଣ ହେଉଛି। ଦିନ ରାତି ପାଳି ପାଳି କରି ରାଜସ୍ବ, ପୋଲିସ ଓ ଖଣି ବିଭାଗ କୁ ମାସିଆରି ବଟି ଦେବା ନାଁ ରେ କିଛି ଖଳ ପ୍ରକୃତି ର ଯୁବକ ମାନେ ଗୋଟିଏ ଟ୍ରାକ୍ଟର ରୁ ୫୦୦ ରୁ ୧ooo ଟଙ୍କା ଲେଖାଏଁ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ହୋଇ ଆସୁଛି। ମାସିକ ଲକ୍ଷ ଲକ୍ଷ ଟଙ୍କା କିଏ ଆଦାୟ କରୁଛି…? ତାହାକୁ ନେଇ ଏବେ ସାଧାରଣ ରେ ପ୍ରଶ୍ନ l ରାଜନୈତିକ ନେତାଙ୍କ ଛତ୍ର ଛାୟା ତଳେ ରହି ବେକାର ଯୁବକ ମାନଙ୍କ ଜରିଆରେ ଏହି ବେଆଇନ ବାଲି ଘାଟରୁ ଅର୍ଥ ଆଦାୟ କରାଯାଉଛି। ଗାଁ ଲୋକେ ଅଭିଯୋଗ କଲେ ପୋଲିସ ପକ୍ଷରୁ କାଁ ଭାଁ ଚଢ଼ାଉ ହେଉଛି। ବାଲି ମାଫିଆ ମାନେ ପାଳି ପାଳି କରି ଏହି ବେଆଇନ ଘାଟରୁ ବାଲି ଲୁଟ କରିବା ସହ ମାଫିଆ ମାନଙ୍କ ଜରିଆରେ ପ୍ରଶାସନ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଛି। ଯେଉଁ ଟ୍ରାକ୍ଟର ଟଙ୍କା ନଦେଲେ ରଜସ୍ୱ, ପୋଲିସ ଓ ଖଣି ବିଭାଗ ନାଁ ନେଇ ଧମକେଇ ଜୋର ଜବରଦସ୍ତ ଅର୍ଥ ଆଦାୟ ହେଉଥିବା ନେଇ ଅଭିଯୋଗ ହେଉଛି। ଏହି ବେଆଇନ ଘାଟକୁ ନେଇ ଗାଁ ବାସୀ ଓ ଚୋରା ବାଲି ମାଫିଆ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜୁଛି। ପ୍ରଶାସନ ନାଁ ରେ ଆଦାୟ ହେଉଥିବା ଅର୍ଥ କିଏ ନେଉଛି…? ପ୍ରକାଶ ଥାଉକି ଏହି ବେଆଇନ ବାଲି ଘାଟ ଉପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗିଛି। ୧୪୪ ଧାରା ସତ୍ତ୍ୱେ ଦିନ ରାତି ପାଳି କରି ଟ୍ରକ୍ଟର ରେ ବାଲି ଉତ୍ତୋଳନ କରାଯାଉଛି। ରାଜସ୍ବ ଓ ଖଣି ବିଭାଗ ଅଧିକାରୀ ମାନେ ଏହି ବେଆଇନ ଘାଟ ଉପରେ ହାତ ମାରିବାକୁ ସାହସ କରୁନାହାନ୍ତି। ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ନଦୀରେ ବର୍ଷା ଜଳ ଆସିଲେ ଦୁର୍ବଳ ନଦୀ ବନ୍ଧ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି। ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହଉଛି l

ad-week
Leave A Reply

Your email address will not be published.