
ନୟାଗଡ଼ : ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତି ଉପଲକ୍ଷେ ଓଡ଼ିଶା ସାରା ବିକାଶର ଧାରା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ପରିସରର ସଭାଗୃହରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ବ୍ଲକସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ବ୍ଲକ ଚେୟାର ମ୍ୟାନ ପରିଚାଳନାରେ ମୁଖ୍ୟଅତିଥି ଭାବରେ ସାଂସଦ ଡକ୍ଟର ସମ୍ବିଦ ପାତ୍ର ଯୋଗ ଦେଇ କୃଷି ଓ କୃଷକର ବିକାଶ ପାଇଁ ସରକାରଙ୍କର ଯୋଜନା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ କୃଷି ପରାମର୍ଶ ଚେୟାରମ୍ୟାନ ନିର୍ମଳ ମତଗଜ ସିଂ, କୃଷି ଜିଲ୍ଲା ଅଧିକାରୀ ଜୟପ୍ରଦା ଆଚାର୍ଯ୍ୟ, ତାପସ ମାର୍ଥା,ସମାଜ ସେବୀ ପ୍ରିୟବ୍ରତ ପ୍ରହରାଜ , ବାଚସ୍ପତି ପ୍ରତିନିଧି ପରେଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
କୃଷକ ମାନେ ଧାନ ଓ ମାଛ ଚାଷରୁ କିପରି ଚାଷୀମାନେ ଲାଭବାନ ହୋଇପାରିବେ ସେନେଇ ପରାମର୍ଶ ଦେଇଥିଲେ । ବ୍ଲକ କୃଷି ଅଧିକାରୀଙ୍କ ନେତତ୍ବରେ ମାଟିକୁ ପରୀକ୍ଷା କରି କମ ରାସାୟନିକ ଓ ଅଧିକ ପ୍ରାକୃତିକ ସାର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । କୃଷକ ରେଜିଷ୍ଟ୍ରି ମାଧ୍ୟମରେ ପି ଏମ କିସାନ ଓ ସି ଏମ କିସାନ ଉପରେ ଆଲୋକପାତ କରା ଯାଇଥିଲା। ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ନିମାସ୍ତ୍ର , ବ୍ରହ୍ମାସ୍ତ୍ର ଓ ପଞ୍ଚଗବ୍ୟ ବିଷୟରେ ଆଲୋଚନା କରାଯିବା ସହିତ ରୋଗ ପୋକ ନିୟତ୍ରଣ ପାଇଁ ହଳଦିଆ ଅଠାଳିଆ ଯନ୍ତା, ଫେରମ ଜନ୍ତା ଓ ଆଲୋକ ଜନ୍ତାର ବ୍ୟବହାର ବିଷୟରେ ଲୋକ ସଚେତନତା କରା ଯାଇଥିଲା। ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନେତତ୍ବରେ କୃତିମ ପ୍ରଜନନ ବିଷୟରେ ଆଲୋଚନା କରିବା ସହିତ ଆଜୋଲା ଚାଷ ଓ ତାହାର ପ୍ରୟୋଗ ସମ୍ପର୍କରେ ଲୋକକୁ ବୁଝା ଯାଇ ଥିଲା ଓ ଲିପ ଲେଟ ଦିଆଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ୧୦ ଜଣ ଗୋପାଳନ ,କୁକୁଡା ପାଳନ, ଘୁଷୁରୀ ପାଳନ ଛେଳି ପାଳନ ହିତାଧିକାରୀମାନେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ସ୍ଥାନୀୟ ଅଞ୍ଚଳର ଶତାଧିକ କୃଷକ ମାନେ ଯୋଗ ଦେଇଥିଲେ।
